Sunday, October 11, 2026
22.8 C
Odisha

    ଗଂଜାମରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ କଲେ ସପ୍ତମ ଶ୍ରେଣୀ ଛାତ୍ରୀ, ଏମ୍‌କେସିଜିରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ ବାହାରପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଆଜି ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ, ଆଜି ଅପରାହ୍‌ଣରେ ଖାଇବା ଛୁଟି ବେଳେ ଛାତ୍ରୀଜଣକ ଏକ ବୋତଲରୁ କିଛି ତରଳ ପଦାର୍ଥ ପିଇଦେଇଥିଲେ। ଏହା ଦେଖି ଜଣେ ସହପାଠୀ ପାଟି କରିଥିଲେ। ଛାତ୍ରୀଜଣକ ବାନ୍ତି କରିବାରୁ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଧରାକୋଟ ଡାକ୍ତରଖାନାକୁ ଅଣାଯାଇଥିଲା। ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବ‌େ ସେ ବିଷ ପିଇ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ