Saturday, October 3, 2026
22.1 C
Odisha

    ୮୦୦ ଲିଟର ଦେଶୀ ମଦ ବୋଝେଇ ଭ୍ୟାନ୍‌ ଜବତ

    ଆଗକୁ ପଢନ୍ତୁ

    ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସ ଅମ୍ବଗଡ଼ିଆ ଛକ ନିକଟରେ ଆତର୍କିତ ଚଢ଼ାଉ କରି ୮୦୦ଲିଟର ଦେଶୀମଦ ସହିତ ମାଲବାହୀ ଟାଟା ଏସି ଗାଡିକୁ ଜବତ କରିଛି। ସୂଚନା ମୁତାବକ ପଶ୍ଚିମବଙ୍ଗ ଅଞ୍ଚଳରୁ ବୈଶିଙ୍ଗା ଥାନା ଅଧୀନ ଅଁଳା ପଣସିଆ ବାମଡା ରାସ୍ତାଦେଇ ନିୟମିତ ବହୁଳ ପରିମାଣରେ ଦେଶୀ ମଦ ମୟୂରଭଞ୍ଜ ସମେତ ବାଲେଶ୍ୱର ଜିଲ୍ଲାକୁ ଚୋରା ଚାଲାଣ ନେଇ ପୁଲିସ ପାଖରେ ପୂର୍ବରୁ ଖବର ଥିଲା। ରବିବାର ବିଶେଷ ସୂତ୍ରରୁ ଖବର ପାଇ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ ସଦଳବଳ ସେହି ରାସ୍ତାର ବିଭିନ୍ନ ଜାଗାରେ ଛକି ବସିଥିଲେ। ପରେ ଅପରାହ୍ନରେ ଏକ ଭ୍ୟାନ୍‌ (ଓଡି୦୧ଟି-୯୦୩୬) ଦେଶୀ ମଦଟ୍ୟୁବ୍‌ ଦ୍ରୁତଗତିରେ ଅଁଳାପଟରୁ ଆସିବାର ଜଗିଥିବା ପୁଲିସ ଅଧିକାରୀ ଦେଖି ପିଛା କରିଥିଲେ। ଅମ୍ବଗଡ଼ିଆ ନିକଟରେ ଅନ୍ୟ ଉପାୟ ନପାଇ ବଣ ରାସ୍ତାରେ ଗାଡି ପୁରେଇ ଦେଇଥିଲା ଓ କିଛି ବାଟ ଗଲା ପରେ ମଦଭର୍ତ୍ତି ଭ୍ୟାନ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

    ପୁଲିସ ଘଟଣାସ୍ଥଳରୁ ଭ୍ୟାନ୍‌ ସମେତ ସେଥିରେ ଥିବା ୮୦୦ଲିଟର ଟ୍ୟୁବ୍‌ ଭର୍ତ୍ତି ଦେଶୀ ମଦ ଜବତ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଖୁବଶୀଘ୍ର ଉକ୍ତ ଚୋରା ମଦ ବେପାରୀକୁ ଗିରଫ କରାଯିବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.1 ° C
    22.1 °
    22.1 °
    84 %
    1.2kmh
    34 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ