Sunday, March 16, 2025
39.7 C
Odisha

    ୧୦ ବର୍ଷରେ ପ୍ରାଣ ହରାଇଛନ୍ତି ୮୫୭ ହାତୀ, ବିଦ୍ୟୁତ ଆଘାତରେ ଯାଇଛି ୧୪୯ ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଥ୍ୟ ଅନୁସାରେ, ୧୦ ବର୍ଷରେ ପ୍ରାଣ ହରାଇଲେଣି ୮୫୭ ହାତୀ  । ସେଥିରୁ ୩୦୮ ହାତୀ ରୋଗରେ ଶିକାର ହୋଇ ମୃତ୍ୟୁ ଘଟିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତରେ ଜୀବନ ହରାଇଛନ୍ତି ।  ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କ ଜୀବନ ଯାଇଥିବା ବେଳେ ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯ ଟି ହାତୀଙ୍କ ଜୀବନ ଯାଇଛି ।୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ୨୧ ଶହ ୩ ରହିଛି ।  ୨୦୧୫ରେ ୧୯ ଶହ ୫୪ ହାତୀ,୨୦୧୭ରେ ୧୯ ଶହ ୭୬,୨୦୨୪ରେ ହାତୀ ସଂଖ୍ୟା ବଢି ୨ ହଜାର ୯୮ରେ ପହଞ୍ଚିଛି ।  ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.7 ° C
    39.7 °
    39.7 °
    12 %
    4.4kmh
    16 %
    Sun
    38 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ