Wednesday, October 14, 2026
24.8 C
Odisha

    ପୁରୀ ସ୍ୱର୍ଗଦ୍ୱାରରେ ଶୋକାକୁଳ ପରିବେଶ, ମଧ୍ୟପ୍ରଦେଶରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କର ଏକାଠି ଜଳିଲା ଜୁଇ

    ଆଗକୁ ପଢନ୍ତୁ

    ପୁରୀ :  ପୁରୀ ସ୍ୱର୍ଗଦ୍ୱାରରେ ଏକା ସାଙ୍ଗରେ ଜଳିଛି, ୭ ଜୁଇ। ମଧ୍ୟପ୍ରଦେଶ ନଲଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ଜୁଇ ଜଳିଛି।ଆଜି ସକାଳେ ବେଶ ଶୋକାକୁଳ ପରିବେଶରେ,ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ମୃତକଙ୍କ,ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

    ମୃତ ଭଉଣୀ ରୀତାରାଣୀ ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଓ ତାଙ୍କ ପୁଅ, ସମେତ ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା । ଶିବ ପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୂଖାଗ୍ନି ଦେଇଛନ୍ତି । ଆଜି ଭୋର୍ ରୁ ସମସ୍ତ ମୃତକଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତେବେ ରାଜ୍ୟ ସରାକରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ।

    ସେପଟେ ମଧ୍ୟ ପ୍ରଦେଶ ଆଗର ମାଲୱା ଜିଲ୍ଲା ପ୍ରଶାସନକୁ ଦାୟୀ କରାଇଛନ୍ତି ମୃତକ ଶିବଙ୍କ ଭାଇ ସର୍ବେଶ୍ୱର ବେହେରା । ସୂଚନା ଫଳକ ଓ ବ୍ୟାରିକେଡ଼ିଂ ନଥିବାକୁ ନେଇ ସେ ପ୍ରଶାସନକୁ ଦାୟୀ କରିଛନ୍ତି । ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଚାଲିଯାଇଥିବା ୭ ଓଡ଼ିଆଙ୍କ ପାର୍ଥିବ ଶରୀର ରାତି ସାଢ଼େ ୧୨ଟାରେ ଜୟଦେବ ବିହାରରେ ପହଞ୍ଚିଥିଲା। ଓଡ଼ିଶାରୁ ଖୁସିରେ ଯାତ୍ରା କରିଥିବା ଗୋଟିଏ ପୂରା ପରିବାରର ସବୁ ସ୍ୱପ୍ନ ମୃତ୍ୟୁର ନାଳରେ ଭାସିଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ନଦୀ ଭଳି ପ୍ରବାହିତ ଭୟଙ୍କର ଜଳସ୍ରୋତରେ ଆଖି ପିଛୁଳାକେ କାର୍ ଟାଣି ହୋଇଯିବା ଫଳରେ ଏକାସାଙ୍ଗରେ ୭ ଜଣ ଓଡ଼ିଆଙ୍କ ଜୀବନ ଚାଲିଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ