Wednesday, March 18, 2026
22.3 C
Odisha

    ଚଳିତ ନିର୍ବାଚନରେ ‘୯’ ସହ ବିଜେଡିର ସଂପର୍କ କ’ଣ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଓଡ଼ିଶା ବଧାନସଭା ନିର୍ବାଚନ-୨୦୨୪ରେ ବିଜୟ ହାସଲ କରିବାର ଦୃଢ଼ୋକ୍ତି ରଖିଛି। ଆସନ୍ତା ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ବିଜେଡି ନେତା ଭିକେ ପାଣ୍ଡିଆନ୍ କହିଛନ୍ତି। ତେବେ ୯ ତାରିଖରେ କାହିଁକି ଶପଥ ନେବେ ବୋଲି ସାମ୍ବାଦିକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି, ଗୁଗଲ କରି ଦେଖି ନିଅନ୍ତୁ ହିନ୍ଦୁ ସଂସ୍କୃତିରେ ୯ ତାରିଖର ମାହାତ୍ମ୍ୟ। ବିଜେଡି ୯ ନମ୍ବରରେ ବିଶ୍ୱାସ ରଖେ। ବ୍ରହ୍ମା ୯ ଦିନରେ ବ୍ରହ୍ମାଣ୍ଡ ଗଢ଼ିଥିଲେ। ସେହିପରି ନବରାତ୍ରିରେ ୯ ଦେବୀଙ୍କୁ ପୂଜାର୍ଚ୍ଚନା। ସେଥିପାଇଁ ୯ ତାରିଖରେ ଶପଥ ଗ୍ରହଣ ପାଇଁ ଘୋଷଣା ହୋଇଛି। ୯କୁ ନେଇଶ୍ରୀ ପାଣ୍ଡିଆନ୍‌ କହିଛନ୍ତି, ‘୯’ ନମ୍ବରରେ ବିଜେଡିର ବିଶ୍ୱାସ ରହିଛି। ତେଣୁ ଟିକେଟ୍ ଘୋଷଣାରେ ୯କୁ ଗୁରୁତ୍ୱ ଦିଆଯାଇଥିଲା। ତେଣୁ ମୋଟ ୯ଟି ପର୍ଯ୍ୟାୟରେ ଟିକେଟ୍ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ‌ସେହିପରି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨ ଆସନରେ ପ୍ରାର୍ଥୀ ଦେଇଥିଲା, ଯାହାକୁ ୭+୨= ୯ ଭାବେ ନିଆଯାଇ ପାରିବ। ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ୨୭ ବିଧାନସଭା ଆସ‌ନରେ ପ୍ରାର୍ଥୀ ଦେଇଥିଲା, ଯାହାକୁ ପ୍ରତିକ ଭାବେ ୨+୭= ୯ କୁହାଯାଇ ପାରିବ। ପରବର୍ତ୍ତୀ ୪ଟି ପର୍ଯ୍ୟାୟରେ ୯ଟି ଲେଖାଏଁ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଜୁନ ୯ରେ ଶପଥଗ୍ରହଣ ପାଇଁ ଘୋଷଣା କରିଛି ବିଜେଡି।

    ଶ୍ରୀ ପାଣ୍ଡିଆନ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ହିନ୍ଦୁଧର୍ମରେ ‘୯’ର ଗୁରୁତ୍ବ ରହିଛି। ପାପ ଉପରେ ପୂଣ୍ୟର ବିଜୟ ପାଇଁ ନବରାତ୍ରୀ ପାଳନ ହୁଏ। ନବରାତ୍ରୀ ସମୟରେ ଦେବୀଙ୍କ ୯ଟି ବେଶକୁ ପୂଜା କରାଯାଏ। ନବଗ୍ରହରେ ବିଶ୍ୱାସ କରେ ଜ୍ୟୋତିଷ ଶାସ୍ତ୍ର। ନବରତ୍ନର ମଧ୍ୟ ମହତ୍ୱ ଥିବା କୁହାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ