Saturday, October 10, 2026
22.4 C
Odisha

    ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ: ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ ହୋଇଛି। ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ୩.୭୭ ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ। ଏହି ଯାତ୍ରୀମାନେ ଗତ ୬ ତାରିଖରେ ଏଠାକୁ ଆସିଥିଲେ। ସନ୍ଦେହ ହେବାରୁ ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ। ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିଲେ। ସେମାନଙ୍କ ଠାରୁ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି। କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି। ଏହାର ବଜାର ମୂଲ୍ୟ ୨.୭୯ କୋଟି ହେବ। ତରଳ ସୁନାକୁ ଜବତ କରାଯାଇଛି ଓ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି।

    ତେବେ ଭୁବନେଶ୍ବର ବିମାନବନ୍ଦରରେ ସୁନା ଜବତ ଘଟଣା ଏହା ନୂଆ ନୁହେଁ। ଅର୍ଥାତ ପୂର୍ବରୁ ମଧ୍ୟ ‌ଅନେକ ଥର ସୁନା ଜବତ ହୋଇଛି। ଗତ ଏପ୍ରିଲ ମାସରେ ମୁମ୍ବାଇ ଚାଲାଣ ପୂର୍ବରୁ ଆୟକର ବିଭାଗ ଚଢ଼ଉ କରି ଡୋମେଷ୍ଟିକ୍‌ କାର୍ଗୋ ଟର୍ମିନାଲ୍‌ରୁ ୩.୮କେଜି ଓଜନର ସୁନା ଜବତ କରିଥିଲା। ଜବତ ସୁନାର ମୂଲ୍ୟ ୨.୫ କୋଟିରୁ ଊର୍ଦ୍ଧ୍ବ ଥିଲା। ଅଟକ ଚାଲାଣକାରୀ ହେଉଛନ୍ତି ଜନପଥର ଅନ୍ନପୂର୍ଣ୍ଣା ଡିଲାଇଟ୍‌ ପ୍ରଥମ ମହଲାରେ ଥିବା ଫ୍ୟାସନ ଜୁଏଲାରି ପ୍ରାଇଭେଟ୍‌ ଲିମିଟେଡ୍‌ର ସେଲ୍‌ସ୍‌ ମ୍ୟାନେଜର ହଂସରାଜ ଦେୱରା। ଏହାପରେ ସମ୍ପୃକ୍ତ ଜୁଏଲାରିରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଥିଲା। ଦୀର୍ଘ ସମୟ ଚଢ଼ଉ ପରେ ବିଭାଗ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା। ସେହିପରି ଆହୁରି ଅନେକ ସମୟରେ ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ ଘଟଣା ନଜିର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ