Monday, November 16, 2026
18.9 C
Odisha

    ରାସନ କାର୍ଡରେ ମାଗଣାରେ ମିଳିବ ୯ଟି ଜିନିଷ, ସରକାର ବଦଳାଇ ଦେଲେ ସ୍କିମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ,୨୫।୮: ଭାରତ ସରକାର ଦେଶର ଜନତାଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିମଧ୍ୟରୁ ସରକାର ବିଭିନ୍ନ ପ୍ରକାରର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଅଧିକାଂଶ ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ରହିଛି। କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଛନ୍ତି। ମାଗଣା ରେସନ ଯୋଜନା ଅଧୀନରେ ସରକାର ସମସ୍ତ ରେସନ କାର୍ଡଧାରୀଙ୍କୁ ରାସନ ପ୍ରଦାନ କରୁଛନ୍ତି।
    ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବରୁ ସରକାର ରେସନ କାର୍ଡଧାରୀମାନଙ୍କୁ ମାଗଣା ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ ମାଗଣା ଚାଉଳ ଆଉ ଉପଲବ୍ଧ ହେବ ନାହିଁ। ବରଂ ମାଗଣା ଚାଉଳ ବଦଳରେ ସରକାର ବର୍ତ୍ତମାନ ୯ଟି ଜରୁରୀ ଜିନିଷ ଯୋଗାଇ ଦେବେ ବୋଲି କୁହାଯାଉଛି।
    ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.9 ° C
    18.9 °
    18.9 °
    75 %
    1.2kmh
    100 %
    Sun
    18 °
    Mon
    27 °
    Tue
    26 °
    Wed
    25 °
    Thu
    21 °

    ସମ୍ବନ୍ଧିତ