Tuesday, September 9, 2025
30.7 C
Odisha

    କମ୍ବୋଡ଼ିଆ ଉପରେ ଥାଇଲାଣ୍ଡର ଏୟାର ଷ୍ଟ୍ରାଇକ, ୯ ମୃତ

    ଆଗକୁ ପଢନ୍ତୁ

    ଥାଇଲାଣ୍ଡ-କମ୍ବୋଡ଼ିଆ ମଧ୍ୟରେ ବଢିଲା ଉତ୍ତେଜନା । ଆଜି କମ୍ବୋଡ଼ିଆର ଦୁଇଟି ସାମରିକ ଟାର୍ଗେଟ ଉପରେ ଏୟାରଷ୍ଟ୍ରାଇକ କରିଛି ଥାଇଲାଣ୍ଡ ସେନା । ଏ ନେଇ ଥାଇଲାଣ୍ଡର ସେନା ମୁଖପାତ୍ର ସୂଚନା ଦେଇଛନ୍ତି । ଯୋଜନା ଅନୁସାରେ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଏୟାରଷ୍ଟ୍ରାଇକ ହୋଇଥିବା କହିଛନ୍ତି । ଘଟଣାରେ ୯ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

    ୬ଟି ଏଫ-୧୬ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ କମ୍ବୋଡ଼ିଆରେ ସାମରିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରିନ ପ୍ରଦେଶର ତାମୁଏନଥମ ମନ୍ଦିର ନିକଟ ବିବାଦୀୟ ସୀମାନ୍ତ ଅଞ୍ଚଳରେ ହୋଇଥିବା ଗୁଳିବିନିମୟ ପରେ ହୋଇଛି । କମ୍ବୋଡ଼ିଆ ସୈନ୍ୟ ପ୍ରଥମେ ଏକ ଡ୍ରୋନ ପଠାଇଥିଲେ । ପରେ ଗୁଳି ଚଳାଇଥିବା ଥାଇଲାଣ୍ଡ ଅଭିଯୋଗ କରିଛି ।

    ଥାଇଲାଣ୍ଡର ବିମାନ ଆକ୍ରମଣକୁ ନିନ୍ଦା କରିଛି କମ୍ବୋଡ଼ିଆ । ଆନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । କମ୍ବୋଡ଼ିଆ ସବୁବେଳେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । କିନ୍ତୁ ଏହି ପରିସ୍ଥିତିରେ ଆମେ ସଶସ୍ତ୍ର ଆକ୍ରମଣର ଜବାବ ଦେବାକୁ ବାଧ୍ୟ ବୋଲି କମ୍ବୋଡ଼ିଆର ପ୍ରଧାନମନ୍ତ୍ରୀ ହୁନ ମାନେଟ କହିଛନ୍ତି। ଘଟଣା ପରେ ଥାଇଲାଣ୍ଡ ସୀମାନ୍ତରେ ସମସ୍ତ ପ୍ରବେଶ ପଥ ବନ୍ଦ କରିଦେଇଛି । ସୁରିନ ପ୍ରଦେଶର ସୀମାନ୍ତ ନିକଟସ୍ଥ ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଛି । ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସତର୍କତା ଜାରି ହୋଇଛି । ପ୍ରାୟ ୪୦ ହଜାର ନାଗରିକଙ୍କୁ ୮୬ଟି ଗାଁର ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.7 ° C
    30.7 °
    30.7 °
    63 %
    2.1kmh
    71 %
    Tue
    31 °
    Wed
    32 °
    Thu
    31 °
    Fri
    31 °
    Sat
    29 °

    ସମ୍ବନ୍ଧିତ