Friday, October 9, 2026
29 C
Odisha

    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ବସ୍-ପିକ ଅପ୍ ଧକ୍କା; ୧୦ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଫଳରେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବା ବେଳେ ଛିନ୍ଦୱାଡ଼ାର ନାଗପୁର ରୋଡର ସିମାରିୟା ନିକଟରେ ବସ୍ ଓ ପିକଅପ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ।

    ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରଶି ଘୋଷଣା କରିଛନ୍ତି ।

    ଜିଲ୍ଲାର ଏସପି କହିଛନ୍ତି, ଘଟଣା ନାଗପୁର ରୋଡ୍ ସିମରିୟା ନିକଟରେ ଘଟିଛି, ଯାହା ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ। ମୃତକଙ୍କ ମଧ୍ୟରେ ଛଅ ପୁରୁଷ, ତିନି ମହିଳା ଏବଂ ଜଣେ ଛୋଟ ପିଲା ସାମିଲ୍। ଛିନ୍ଦଓ୍ଵାଡ଼ାର ଜିଲ୍ଲାପାଳ ହରେନ୍ଦ୍ର ନାରାୟଣ କହିଛନ୍ତି, ଦୁର୍ଘଟଣାରେ ୩୧ ଜଣ ଆହତ ହୋଇଛନ୍ତି। ଏଥିରୁ ୩/୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସା ପାଇଁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    ସେହିପରି ଗତକାଲି ମଧ୍ୟ ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଆନ୍ଧ୍ରପ୍ରଦେଶର ମାର୍କାପୁରମର ରାୟାବରମ ନିକଟରେ ଏକ ଘରୋଇ ଟ୍ରାଭେଲ ବସ୍ ଏବଂ ଏକ ଟିପର୍ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଫଳରେ ବସଟିରେ ନିଆଁ ଲାଗି ଜଳି ପାଉଁଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    59 %
    1.9kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ