Sunday, September 13, 2026
27.6 C
Odisha

    ଆଡ଼ପ ମଣ୍ଡପରେ ବଡ଼ ଠାକୁର ପଡ଼ିଯିବା ଘଟଣା : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

    ଆଗକୁ ପଢନ୍ତୁ

    ଆଡ଼ପ ମଣ୍ଡପରେ ବଡ଼ ଠାକୁର ପଡ଼ିଯିବା ଘଟଣା। ୩ ଜଣିଆ କମିଟିର ତଦନ୍ତ ଆରମ୍ଭ । ବଳଭଦ୍ର ବାଡ଼ଗ୍ରାହୀଙ୍କୁ ଡାକି କମିଟି କରୁଛି ପଚରାଉଚରା । ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ପଚରାଉଚରା କରାଯାଉଛି । ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି ଡିଏସପି ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ସାମିଲ୍ । ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏବେ ବି ଏହି ହୃଦୟ ବିଦାରକ ଦୃଶ୍ୟ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।
    ନୀଳାଦ୍ରି ବିଜେ ଜୁଲାଇ ୧୯ ତାରିଖରୁ ଶେଷ ହେଲାଣି । ଜୁଲାଇ ୨୯ ତାରିଖ ସୁଦ୍ଧା କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା କଥା ଓ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା କଥା । ଏହା ଭିତରେ ନୀଳାଦ୍ରି ବିଜେ ଶେଷ ହେବାକୁ ୨୫ ଦିନ ବିତିଲାଣି, କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଗତ ଜୁଲାଇ ୯ ତାରିଖରେ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ । ଆଜି ଏ ନେଇ ସମ୍ୱାଦରେ ଖବର ପ୍ରକାଶ ପାଇବା ପରେ ତଦନ୍ତ କମିଟିର ନିଦ ଭାଙ୍ଗିଛି । ପହଣ୍ଡି ଦାୟିତ୍ବରେ ଥିବା ସେବକମାନେ ପହଣ୍ଡିରେ ଚରମ ଅବହେଳା ପ୍ରଦର୍ଶନ ପୂର୍ବକ ବଡ଼ଠାକୁର ଚାରମାଳ ଉପରେ ପକାଇ ଦେଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରୁ ଘୋଷାରି ହୋଇ ଆସି ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଥିଲେ। ପହଣ୍ଡି ବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା, ପୁଷ୍ପାଳକଙ୍କୁ ମିଶାଇ ଶ୍ରୀଜଗନ୍ନାଥଙ୍କ ରଥରେ ପ୍ରାୟ ୫୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୧୦ଜଣ ଓ ଶ୍ରୀବଳଭଦ୍ରଙ୍କ ରଥରେ ୪୦ଜଣ ରହିବା ନିୟମ ଅଛି । କିନ୍ତୁ ସେବା ନ ଥିବା ଅନଧିକୃତ ବ୍ୟକ୍ତି ଶତାଧିକ ସଂଖ୍ୟାରେ ରଥ ଉପରେ ଚଢ଼ିଥିଲେ । ପହଣ୍ଡିକୁ ଗୁରୁତ୍ବ ଦେବା ବଦଳରେ ଫଟୋ ଉଠାଇବାରେ ସମସ୍ତେ ମାତିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ