Sunday, October 4, 2026
29.6 C
Odisha

    ଆଜି ବିଶ୍ବ ଅଙ୍ଗଦାନ ଦିବସ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ମରଶରୀର ମିଳି ସାରିଲାଣି। ଯାହାକି ଗବେଷଣାରେ ବିନିଯୋଗ ହେଉଛି। ଓଡ଼ିଶା ଆନାଟୋମି ବିଲ୍‌-୨୦୧୨ ପାସ୍‌ ହେବା ପରେ ଶରୀରଦାନକୁ ଆଇଗତ ସ୍ବୀକୃତି ମିଳିଛି। ୨୦୧୩ ଫେବ୍ରୁଆରି ମାସରେ ମେଡିକାଲ୍‌ ସାଇନ୍ସ ଓ ଗବେଷଣା ଦିଗରେ ଓଡ଼ିଶା ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା ଓଡ଼ିଶା ଆନାଟୋମି ବିଲ୍‌-୨୦୧୨। ଯଦ୍ବାରା ଯେ କୌଣସି ବ୍ୟକ୍ତି ମୃତ୍ୟୁ ପରେ ପରିବାରବର୍ଗଙ୍କ ଜରିଆରେ ତାଙ୍କ ଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେବେ ବୋଲି ଲିଖିତ ଘୋଷଣା କରିପାରିବେ।
    ବିଲ୍‌ ପାସ୍‌ ହେବା ପରେ ଏ ପର୍ଯ୍ୟନ୍ତ ପ୍ରାୟ ୯୫ଜଣ ବ୍ୟକ୍ତି ନିଜର ଶରୀର ଦାନ ପାଇଁ ଏମ୍‌କେସିଜିରେ ଘୋଷଣାନାମା ଦାଖଲ କରିଥିବା ଆନାଟୋମି ବିଭାଗ ପ୍ରଫେସର ଡା. ସାଗର ରଂଜନ ପୃଷ୍ଟି ସୂଚନା ଦେଇଛନ୍ତି। ଗତ ୨୦୧୩ରୁ ୨୦୨୩ ମଧ୍ୟରେ ଏମ୍‌କେସିଜି ମେଡିକାଲର ଆନ‌ାଟୋମି ବିଭାଗକୁ ମୋଟ ୨୯ଜଣଙ୍କ ମରଶରୀର ମିଳିଛି। ସେଥିମଧ୍ୟରୁ ୨୦୧୩ରେ ଗୋଟିଏ, ୨୦୧୭ରେ ଗୋଟିଏ, ୨୦୧୮ରେ ଦୁଇଟି, ୨୦୧୯ରେ ଦୁଇଟି, ୨୦୨୦ରେ ଗୋଟିଏ, ୨୦୨୧ରେ ଦୁଇଟି, ୨୦୨୨ରେ ୭ଟି ଓ ୨୦୧୩ରେ ୧୩ଟି ମିଳିଥିଲା। ଏମାନଙ୍କ ମଧ୍ୟରେ ୨୨ଜଣ ପୁରୁଷଙ୍କ ମରଶରୀର ରହିଥିବା ବେଳେ ୭ଜଣ ମହିଳାଙ୍କ ମରଶରୀର ରହିଛି। ଡା. ପୃଷ୍ଟି ଆନାଟୋମି ବିଭାଗରେ ପ୍ରଫେସର ଭାବେ ଯୋଗଦେବା ପରେ ସେ ଶରୀରଦାନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରି ଆସିବା ସହିତ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଏଣୁ ଲୋକେ ଧୀରେ ଧୀରେ ଏଥିପ୍ରତି ସଚେତନ ହୋଇ ମୃତ୍ୟୁ ପରେ ଶରୀର ଦାନ ପାଇଁ ଘୋଷଣାନାମା ଦାଖଲ କରୁଛନ୍ତି।

    ୨୦୧୦ରେ ଏମ୍‌କେସିଜିର ଆନାଟୋମି ବିଭାଗରେ ଏମ୍‌ବାମିଙ୍ଗ୍‌ ସେଣ୍ଟର୍‌ ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ଏହା ପ୍ରତିଷ୍ଠା କରିବା ପାଇଁ ଅନୁମତି ପ୍ରଦାନ କରି ନାହାନ୍ତି। ଏହି ୟୁନିଟ୍‌ରେ ଶବ ସ˚ରକ୍ଷଣ ପାଇଁ ସ୍ବତନ୍ତ୍ର ଫ୍ରିଜର‌୍‌, ୨୪ ଘଣ୍ଟିଆ ଶବ ସ˚ଗ୍ରହ ପାଇଁ କର୍ମଚାରୀ, ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ଭଳି ସୁବିଧା ରହିବ। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ, ମର ଶରୀରକୁ ସେଠାରେ କିଛିଦିନ ପାଇଁ ସଂରକ୍ଷିତ ରଖାଯାଇ ପାରିବ। ବିଶେଷ କରି ବିଦେଶରେ ରହୁଥିବା ଲୋକମାନେ ଏହି ସୁବିଧା ପାଇ ପାରିବେ। ବିଦେଶରେ ରହୁଥିବା ପରିବାରବର୍ଗ ପହଞ୍ଚିବା ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ କରାଯାଇ ପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ