Monday, September 14, 2026
23.9 C
Odisha

    ରାଷ୍ଟ୍ରପତି ଭବନରେ ୪ କୋଣାର୍କ ଚକ ପ୍ରତିକୃତି ସ୍ଥାପିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି ପ୍ରତିକୃତି ସ୍ଥାପିତ ହୋଇଛି। ଏଗୁଡ଼ିକୁ ବାଲୁକା ପଥରରେ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ସ୍ଥାପିତ ଏହି ସବୁ ଚକ ଭାରତର ସମୃଦ୍ଧ ଐତିହାସିକ କୀର୍ତ୍ତିକୁ ପ୍ରର୍ଦଶନ ଓ ପ୍ରୋତ୍ସାହିତ କରିବ। ରାଷ୍ଟ୍ରପତି ଭବନରେ ପାରମ୍ପରିକ ଓ ଐତିହାସିକ ଉପାଦାନଗୁଡ଼ିକୁ ପରିଚିତ କରାଇବା ପାଇଁ ନିଆଯାଉଥିବା ଅନେକ ପଦକ୍ଷେପର ଏହା ଏକ ଅଂଶ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି।
    ଓଡ଼ିଶାର ସର୍ବୋତ୍ତମ ମନ୍ଦିର ସ୍ଥାପତ୍ୟର ନିଦର୍ଶନ କୋଣାର୍କ ସୂର୍ଯ୍ୟମନ୍ଦିର ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ଏହା ସୂର୍ଯ୍ୟ ଭଗବାନଙ୍କୁ ନେଇ ଏକ ବିରାଟ ରଥ ଆକାରରେ ନିର୍ମିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହ ଦେବ ପ୍ରଥମଙ୍କ ଶାସନ କାଳରେ ନିର୍ମିତ କୋଣାର୍କ ଚକ ଦେଶର ପ୍ରାଚୀନ ଜ୍ଞାନ, ଉନ୍ନତ ସଭ୍ୟତା ଓ ସ୍ଥାପତ୍ୟର ଉତ୍କର୍ଷକୁ ପ୍ରତିପାଦିତ କରେ। ଗତ ବର୍ଷ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ରାଷ୍ଟ୍ରାଧ୍ୟକ୍ଷମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକର ପ୍ରତିକୃତି ପୃଷ୍ଠଭୂମିରେ ସ୍ବାଗତ କରିଥିଲେ। ଯାହା ସେହି ସମୟରେ ଦେଶ ଓ ବିଦେଶର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ