Saturday, October 17, 2026
30.5 C
Odisha

    ସର୍ତ୍ତ ସହ ବାରରେ ହେବ ସଙ୍ଗୀତ ପରିବେଷଣ, ଅର୍କେଷ୍ଟ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର କଡାସର୍ତ୍ତ ସହ ରାଜ୍ୟର ବାର୍ ଗୁଡିକରେ ସଙ୍ଗୀତ ପରିବେଷଣ ଓ ଅର୍କେଷ୍ଟ୍ରା ଖୋଲିବାକୁ ଅନୁମତି ଦେଇଛନ୍ତି। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ସହ ଅଗଷ୍ଟ ୩୧ ତାରିଖରେ ପୁରୁଣା ଆଦେଶରୁ ଓହରି ଯାଇଛନ୍ତି। ଅବକାରୀ କମିସନରଙ୍କ ୨୧ଟି ସର୍ତ୍ତ ଆଧାରରେ ଏହାର ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି କହିଛନ୍ତି। ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ ଅନୁସାରେ ଏଣିକି ରାଜ୍ୟର ମଦବାରଗୁଡ଼ିକରେ ମହିଳାମାନେ ଗୀତ ପରିବେଷଣ କରିପାରିବେ।
    ସୂଚନାଯୋଗ୍ୟ, ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗତ ଅଗଷ୍ଟ ୨୩ତାରିଖରେ ଗଣମାଧ୍ୟମକୁ କହିଥିଲେ ନୂଆ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟ ସରକାର ଅଗଷ୍ଟ ୩୧ତାରିଖରେ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଆଣିଥିଲେ ଓ ସେଥିରେ ଡ୍ୟାନ୍ସବାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଥିଲା । ମାତ୍ର ଆଜି ଏଥିରେ ସଂଶୋଧନ କରି ବାରରେ ଗୀତ ଓ ଅର୍କେଷ୍ଟ୍ରା ଚାଲିବ ବୋଲି ଅନୁମତି ଦେଇଛନ୍ତି।
    କଣ ରହିଛି ସର୍ତ୍ତ?

    -୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ
    -ବାରରେ ସିସିଟିଭି କ୍ୟାମେରା ଲାଗିବ, ଯାହା ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ
    -ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ
    -ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯାଇ ପାରିବ ନାହିଁ
    -ସିସିଟିଭି ହାର୍ଡ ଡିସ୍କରେ ଅତିକମରେ ୩ ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବ
    -ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ
    -ସିସିଟିଭି ଖରାପ ହେଲେ ବାରମାଲିକ ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଜଣାଇବେ
    -ସିସିଟିଭି ଠିକ୍ ନହେଲା ଯାଏଁ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ
    -ନୃତ୍ୟଗୀତ ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ଡ୍ୟାନ୍ସବାରଗୁଡ଼ିକୁ ରେଜିଷ୍ଟ୍ରାର ରଖିବାକୁ ପଡ଼ିବ
    -ନୃତ୍ୟଗୀତ ପ୍ରଦର୍ଶନକାରୀଙ୍କ ଭୋଟର ପରିଚୟ ପତ୍ର ଅବା ଆଧାର କାର୍ଡ ଦେବାକୁ ପଡ଼ିବ
    -ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁଡ଼ିକର ସତ୍ୟତା ଯାଂଚ କରିବାକୁ ପଡ଼ିବ
    -ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ