Sunday, October 4, 2026
24.3 C
Odisha

    ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆମେରିକାର ଅନ୍ୟତମ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍‍ ନିଉୟର୍କ (କ୍ୟୁନି)ରେ ସମାଜସେବୀ ତଥା କିଟ୍‍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି। ଏହି ଗବେଷଣାକେନ୍ଦ୍ରର ନାଁ ରଖା ଯାଇଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍‍ ଅଫ୍‍ ଦି କ୍ୟୁନି କ୍ରେଷ୍ଟ ଇନ୍‍ଷ୍ଟିଚ୍ୟୁଟ୍‍’ (ଏଏସ୍‍ଆଇଆଇସିସିଆଇ)। ଆଜି କିଟ୍‌ରେ ଏନେଇ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍‍ ସାଣ୍ଟିଆଗୋ ଏକଥା ଘୋଷଣା କରିଛନ୍ତି। ଏହି ଗବେଷଣା କେନ୍ଦ୍ରରେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଉପରେ ଗବେଷଣା ତଥା ଶିକ୍ଷା ବିନିମୟ ସହ ଶ୍ରୀ ସାମନ୍ତଙ୍କ ଉପରେ ଗବେଷଣା ଓ ଅଧ୍ୟୟନ କରିବେ।

    କ୍ୟୁନି ସଭାପତି ଡ. ସାଣ୍ଟିଆଗୋଙ୍କ ସହିତ ମୁମ୍ବାଇ ଓ ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲଙ୍କ ପ୍ରତିନିଧିଙ୍କୁ ନେଇ ଏକ ୧୫ ଜଣିଆ ପ୍ରତିନିଧିମଣ୍ଡଳୀ ଗତକାଲି କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ। ସେମାନେ କିଟ୍‍ ଓ କିସ୍‍ ପରିଦର୍ଶନ କରିବା ସହ ଶିକ୍ଷା, ସମାଜସେବା ଓ ଗବେଷଣା କ୍ଷେତ୍ରରେ କିଟ୍‍ ଓ କିସ୍‍ର କାର୍ଯ୍ୟକ୍ରମ ଦେଖି ବେଶ୍‌ ପ୍ରଭାବିତ ହୋଇଥିଲେ।
    ଏହି ଅବସରରେ ଗବେଷଣା କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଡ. ସାଣ୍ଟିଆଗୋ ଆଜି ଶ୍ରୀ ସାମନ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ସାମନ୍ତ ସେଥିରେ ସମ୍ମତି ପ୍ରକାଶ କରିବା ସହ ତାଙ୍କ ନାମରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଗବେଷଣା କେନ୍ଦ୍ର ଖୋଲୁଥିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ। ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆମେରିକାର ଏକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିନିମୟ ଓ ଗବେଷଣା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ କ୍ୟୁନି ବିଶ୍ୱବିଦ୍ୟାଳୟ ଅଧୀନରେ ୨୫ଟି ମହାବିଦ୍ୟାଳୟ ରହିଛି। ଏଠାରେ ବିଶ୍ୱର ୧୨୨ଟି ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୩ଜଣ ନୋବେଲ ବିଜେତା ସୃଷ୍ଟି ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ