Sunday, October 4, 2026
24.3 C
Odisha

    ଭରତପୁର ଥାନାରେ ମହିଳା କମିସନଙ୍କ ତଦନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭରତପୁର ଥାନାରେ ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ଦିଆଯାଇଥିବା ନିର୍ଯାତନା ମାମଲା ସମ୍ପର୍କରେ ଖୋଳତାଡ଼ କରିବାକୁ ଆଜି ମହିଳା କମିସନ୍‌ ଅଧ୍ୟକ୍ଷା ମିନତି ବେହେରା ଥାନାକୁ ଯାଇଥିଲେ। ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା, ରେଜିଷ୍ଟ୍ରାର୍‌ ଓ ଡିଏସ୍‌ପି ଭରତପୁର ଥାନାକୁ ଯାଇ ନୂଆ ଥାନା ଅଧିକାରୀଙ୍କ ସହ ଘଟଣା ନେଇ ସଂପର୍କରେ ଆଲୋଚନା କରିଛନ୍ତି। ଥାନା ଭିତରେ ଘଟିଥିବା ଘଟଣା ପରଠୁ ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିଛି, ସେ ସଂପର୍କିତ ସମସ୍ତ ଦସ୍ତାବିଜ ମାଗିଥିଲେ।  ସେଗୁଡ଼ିକ ଉପରେ ଖୁବ୍‌ ଶୀଘ୍ର ତର୍ଜମା କରାଯିବ।

    ଏହାପରେ ମହିଳା କମିସନ୍‌ଙ୍କ ଟିମ୍‌ ପୀଡ଼ିତାଙ୍କ ବୟାନ ଶୁଣିବେ ବୋଲି ସୂଚନା ଦିଆଯାଇଛି। ଏହାପରେ କମିସନଙ୍କ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ପ୍ରକୃତ ସତ ପଦାକୁ ଆସିବ। ଯିଏ ବି ‌ଦୋଷୀ ହୁଅନ୍ତୁ ନା କାହିଁକି ଆଇନ ଆଗରୁ ଖସିପାରିବେ ନାହିଁ। ଅଭିଯୋଗକାରୀଙ୍କୁ ଥାନା ଭିତରେ ସୁରକ୍ଷା ଦେବା ବଦଳରେ ପାଲଟା ନିର୍ଯାତନା ଦେବା ଭଳି ଅଭିଯୋଗ ଏକ ସଂଗୀନ ପ୍ରସଙ୍ଗ ବୋଲି ମହିଳା କମିସନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ