Sunday, March 22, 2026
23.7 C
Odisha

    ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରାଭେଲର ବସ୍ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ନାସିରପୁର ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ମିନିଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ୩ ଜଣ ଯାତ୍ରୀ ନିହତ ହୋଇଛନ୍ତି ଓ ଆଉ ୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ଅଧୀକ୍ଷକ (ଗ୍ରାମୀଣ) ଅଖିଳେଶ ଭଦୋରିଆ କହିଛନ୍ତି ଯେ ଗୁଜରାଟରୁ ତୀର୍ଥଯାତ୍ରୀଙ୍କୁ ଉତ୍ତରପ୍ରଦେଶକୁ ନେଇ ଯାଉଥିବା ବସ୍ ଶୁକ୍ରବାର ସକାଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ମିନିଟ୍ରକକୁ ପଛପଟୁ ଧକ୍କା ହେବାଫଳରେ ଏଥିରେ ଥିବା ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

    ସୂଚନାଯୋଗ୍ୟ ଯେ ଗୁଜୁରାଟରୁ ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରାଭେଲର ବସଟି ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ଏହାପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ