Thursday, April 2, 2026
37.1 C
Odisha

    ଆମୀର ନୁହନ୍ତି ‘ଗଜନୀ’ ପାଇଁ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ ‘ଗଜନୀ’ ସୁପରହିଟ୍ ହୋଇଥିଲା। ଫିଲ୍ମରେ ଆମୀର ଖାନଙ୍କ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଚଳଚ୍ଚିତ୍ର ଜରିଆରେ ଅଭିନେତ୍ରୀ ଆସିନ ବଲିଉଡ‌ରେ ଡେବ୍ୟୁ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆମୀର ଖାନ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ନଥିଲେ। ଆଜ୍ଞା ହଁ, ନିର୍ଦ୍ଦେଶକ ଆର୍ ମୁରୁଗଦାସ୍ ଆମୀରଙ୍କ ବଦଳରେ ସଲମାନ ଖାନଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ। ଏବିଷୟରେ ଜଣାଇଛନ୍ତି ‘ଗଜନୀ’ରେ ଭିଲେନ ଭୂମିକାରେ ଅଭିନୟ କରିଥିବା ପ୍ରଦୀପ ରାମ ସିଂହ ରାୱତ। ସେ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ନିର୍ଦ୍ଦେଶକ ସଲମାନଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଥିଲେ।

    ସିଦ୍ଧାର୍ଥ କନନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଦୀପ ଏହି ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ମୁରୁଗଦାସ୍ ସବୁବେଳେ କହୁଥିଲେ, ମୁଁ ତାମିଲ ଫିଲ୍ମ ‘ଗଜନୀ’କୁ ହିନ୍ଦୀ ଭାଷାରେ ବି ତିଆରି କରିବାକୁ ଚାହୁଁଛି ଏବଂ ଏଥିପାଇଁ ସେ ସଲମାନଙ୍କୁ କାଷ୍ଟ କରିବାକୁ ଚାହୁଥିଲେ । ହେଲେ ମୁଁ ତାଙ୍କୁ ଆମୀରଙ୍କୁ ନେବା ପାଇଁ କହିଥିଲି। କାରଣ ଆର୍ ମୁରୁଗଦାସ୍ ସେତେବେଳେ ଏତେ ଲୋକପ୍ରିୟ ନଥିଲେ ଏବଂ ତାଙ୍କୁ ହିନ୍ଦୀ ବା ଇଂରାଜୀ  ଭାଷା ମଧ୍ୟ ଆସୁନଥିଲା। ସଲମାନ ବହୁତ ରାଗି ହୋଇଥିବା ବେଳେ ‌ତାଙ୍କ ସହ କାମ କଲେ ଆର୍ ମୁରୁଗଦାସ୍ ଫସିଯିବେ ବୋଲି ମୁଁ ଜାଣିଥିଲି। ତେଣୁ ମୁଁ ଶାନ୍ତ ସ୍ବଭାବ ଥିବା ଆମୀରଙ୍କ ସହ କାମ କରିବାକୁ ତାଙ୍କୁ ଉପଦେଶ ଦେଇଥିଲି ଏବଂ ସେ ମାନିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ