Friday, September 11, 2026
24.4 C
Odisha

    ଏସି ଲକ୍ଷ୍ମୀ ବସ୍‌ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ: ସୁବିଧା ପାଇବାରୁ ବଞ୍ଚିତ ସାଧାରଣ ଜନତା, ଚିନ୍ତାରେ କର୍ମଚାରୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରୁ ଫୁଲବାଣୀ ଏସି ଲକ୍ଷ୍ମୀ ବସ ଦିନକୁ ଦୁଇ ଥର ଯିବା ଆସିବା କରୁଥିଲା। ଏହା ଏକ ମାତ୍ର ସରକାରୀ ବସ ଯାହାକି ଘୁ.ଉଦୟଗିରିରୁ ବାହାରି ଫୁଲବାଣୀ ଯିବା ଆସିବା କରୁଥିବା ବେଳେ ଉପକ୍ରୁତ ହେଉଥିଲେ ସାଧାରଣ ଜନତା। ସ୍ୱଳ୍ପ ସୀମିତ ରହଣି ସହିତ କମ ପଇସା ହୋଇଥିବାରୁ ଲୋକମାନଙ୍କ ପସନ୍ଦ ଏବଂ ଭରସା ଯୋଗ୍ୟ ହୋଇଥିଲା। ଘୁ.ଉଦୟଗିରିରୁ ଫୁଲବାଣୀ ମହିଳାମାନଙ୍କ ପାଇଁ ବସ ଭଡା ୧୦ ଟଙ୍କା ରହିଥିବା ବେଳେ ପୁରୁଷ ମାନଙ୍କ ପାଇଁ ୬୦ ଟଙ୍କା ରହିଥିଲା ପୁଣି ଶୀତ ତାପ ନିୟନ୍ତ୍ରିତ ବସରେ। ଯାହା ଦ୍ୱାରା ଏହି ବସ୍‌ ସେବାକୁ ଲୋକେ ଅପେକ୍ଷା କରି ରହୁଥିବା ବେଳେ ଏବେ ୧୫ ଦିନ ହେଲା ଏହି ବସ ସେବା ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ଏହି ବସ୍‌କୁ ଖୋଜି ବୁଲି ଥିବା ବେଳେ ବନ୍ଦ ହେବା କଥା ଶୁଣି ନିରାସ ହୋଇଛନ୍ତି।ସରକାର ବଦଳିବା ପରେ ହଠାତ୍ ଏମିତି ବନ୍ଦ ହେବାକୁ ନେଇ ସାଧାରଣ ଜନତା ସହଜରେ ବୁଝିପାରୁ ନଥିବା ବେଳେ ଏଥିରେ କାମ କରୁଥିବା ତିନିଜଣ କର୍ମଚାରୀ ଆଜି ପର୍ଯ୍ୟନ୍ତ କାମ ପାଇ ନାହାଁନ୍ତି। ସେମାନେ କଣ କରିବେ କେମିତି ପରିବାର ପ୍ରତି ପୋଷଣ କରିବେ ତାହାକୁ ନେଇ ଚିନ୍ତା ବଢି ଯାଇଛି। ତେଣୁ ଜନସାଧାରଣଙ୍କ ସୁବିଧା ସହିତ କର୍ମଚାରୀଙ୍କ ଭବିଷ୍ୟତକୁ ଲକ୍ଷ କରି ପୁନର୍ବାର ଏହି ବସ ସେବା ଯେଗାଇ ଦେବାକୁ ଦାବି ହୋଇଛି। ଚାହିଦା ଥିବା ରୁଟ ବନ୍ଦ କରି ଯେଉଁ ରୁଟରେ କ୍ଷତି ହେଉଛି ଚାହିଦା ନାହିଁ ସେହି ରୁଟରେ ବସ ଚାଲିଛି। ପରିବହନ ବିଭାଗ ର ବିଚିତ୍ର କାରବାର। କ୍ଷତି ସହିବାକୁ ପ୍ରସ୍ତୁତ ଲାଭ। କିନ୍ତୁ ଲାଭ ଟଙ୍କାକୁ ନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.4 ° C
    24.4 °
    24.4 °
    95 %
    2kmh
    95 %
    Fri
    25 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ