Thursday, October 1, 2026
28.6 C
Odisha

    KIIT STEM ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : KIIT STEM ଛାତ୍ରଛାତ୍ରୀଙ୍କ ପାଇଁ English Access Scholarship Programme ଆରମ୍ଭ ହୋଇଛି । ହାଇଦ୍ରାବାଦସ୍ଥିତ ଆମେରିକା କନସୁଲେଟ୍ ଜେନେରାଲ୍ ଏବଂ କିଟ ବିଶ୍ୱବିଦ୍ୟାଳୟ ମିଳିତ ସହଯୋଗରେ କିଟ ବିଜ୍ଞାନ, ପ୍ରଯୁକ୍ତି,ଇଞ୍ଜିନିୟରିଂ ଓ ଗଣିତ ବା stem ଛାତ୍ରଛାତ୍ରୀଙ୍କ ପାଇଁ English Access Scholarship Programme ଶୁଭାରମ୍ଭ ହୋଇଛି। ଆମେରିକା ମିଶନ୍ ଇଣ୍ଡିଆର Regional English Language Office- RELOର ସହଯୋଗରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।

    ଏହି ଅବସରରେ ଆମେରିକାର କନସୁଲ୍ ଜେନେରାଲ୍ ଲାରା ୱିଲିୟମ୍ସଙ୍କ ସମେତ ହାଇଦ୍ରାବାଦସ୍ଥିତ ଆମେରିକୀୟ କନସୁଲେଟ୍ ର ଏକ ପ୍ରତିନିଧି ଦଳ ଉପସ୍ଥିତ ରହିଥିଲେ। ଏହା ଏକ ଏକବର୍ଷିଆ ସ୍କଲାରସିପ୍ କାର୍ଯ୍ୟକ୍ରମ। ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ବିଷୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପରିକଳ୍ପନା କରାଯାଇଛି। ଗବେଷଣା ଓ ଏକାଡେମିକ୍ ଯୋଗାଯୋଗ କ୍ଷେତ୍ରରେ ଆମେରିକୀୟ ମାନଦଣ୍ଡ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ବୁଝାମଣାକୁ ମଜଭୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

    ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ। ଆମେରିକା ଓ ଭାରତ ମଧ୍ୟରେ ଅଧିକ ଘନିଷ୍ଠ ସହଯୋଗ ଦିଗରେ ଏହି ପଦକ୍ଷେପ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପାଦକ୍ଷେପ। ଉଚ୍ଚଶିକ୍ଷା, ଗବେଷଣା ଓ ବୃତ୍ତିଗତ କ୍ଷେତ୍ରରେ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ଅଭିଜ୍ଞତା ଓ ଏକ୍ସପୋଜର୍ ପ୍ରଦାନ କରିବ ଏହି କାର୍ଯ୍ୟକ୍ରମ।

    ଏହି ଅବସରରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ପାଇଁ ଆମେରିକାର ହାଇଦ୍ରାବାଦସ୍ଥିତ ୟୁଏସ କନସୁଲେଟ୍ ଜେନେରାଲ୍ ଏବଂ RELOକୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ STEM ବିଷୟର ଛାତ୍ରଛାତ୍ରୀଙ୍କୁ ନିଜର ଯୋଗାଯୋଗ ଓ ଗବେଷଣା ଦକ୍ଷତାକୁ ଆମେରିକୀୟ ମାନଦଣ୍ଡ ସହିତ ସମନ୍ୱିତ କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି। ଆମ ଛାତ୍ରଛାତ୍ରୀଙ୍କୁ ଏଭଳି ସୁଯୋଗ ମିଳିବା ନିଶ୍ଚିତ ଗୌରବର ବିଷୟ।

    ଏଭଳି ସୁଯୋଗ ସେମାନଙ୍କୁ ବିଶ୍ୱସ୍ତରରେ ଶିଖିବା, ଯୋଡ଼ିହେବା ଏବଂ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ଡ. ସାମନ୍ତ କହିଥିଲେ। ଏହା ପୂର୍ବରୁ ଆମେରିକା ଦୂତାବାସ ସହଯୋଗରେ ଏବଂ ଆମେରିକାର U.S. Department of State ଦ୍ୱାରା ପରିଚାଳିତ English Access Microscholarship Program ୨୦୦୯ ମସିହାରେ କିସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

    ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍କୁଲ୍ ପରବର୍ତ୍ତୀ ଶ୍ରେଣୀ ଏବଂ ବିଶେଷ ପ୍ରଶିକ୍ଷଣ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୌଳିକ ଇଂରାଜୀ ଭାଷା ଦକ୍ଷତା ବିକଶିତ କରିବା, ଆମେରିକୀୟ ସଂସ୍କୃତି ସମ୍ପର୍କରେ ବୁଝାମଣା ବଢ଼ାଇବା ଏବଂ ସେମାନଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତନଶକ୍ତିର ବିକାଶ କରିବା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.6 ° C
    28.6 °
    28.6 °
    65 %
    1.4kmh
    12 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ