Wednesday, March 4, 2026
24.6 C
Odisha

    ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଧକ୍କା, ଚାଲିଗଲା ୫ ଜୀବନ

    ଆଗକୁ ପଢନ୍ତୁ

    କେନ୍ଦୁଝର ରିମୁଳି ନିକଟରେ ଟ୍ରକ୍-କାର୍-ଟ୍ରକ୍ ମଧ୍ୟରେ ସିରିଜ୍‌ ଦୁର୍ଘଟଣାରେ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ରାତି ପ୍ରାୟ ୯ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି।ବଡ଼ବିଲ ଯାଉଥିବା ଏକ କାର୍‌ ବାଇପାସରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ଏହାପରେ ଆଉ ଏକ ଟ୍ରକ ଉକ୍ତ କାରକୁ ମଧ୍ୟ ପଛରୁ ଧକ୍କା ଦେଇଥିଲା।ଯାହା ଫଳରେ ଦୁଇଟି ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା କାର୍‌। ଯେଉଁଥିପାଇଁ କାର୍‌ରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାର୍‌ଟି ଚୁରମାର ହୋଇଥିବାରୁ କଟର ମାଧ୍ୟମରେ କାଟି ମୃତଦେହକୁ ଉଦ୍ଧାର କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନଥିବା ବେଳେ ବଡ଼ବିଲ୍‌ ଅଞ୍ଚଳର ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ