Saturday, October 10, 2026
22.4 C
Odisha

    ଅସୁସ୍ଥ ହାତୀ ପାଇଁ ଦେବଦୂତ ସାଜିଲା ଅନନ୍ତ ଅମ୍ବାନୀଙ୍କ ‘ବନ୍‌ତାରା’ ଟିମ୍‌

    ଆଗକୁ ପଢନ୍ତୁ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୀବଜନ୍ତୁଙ୍କ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଏହି ବନ୍ୟପ୍ରାଣୀମାନଙ୍କୁ ନେଇ ସେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଚଳାଇଛନ୍ତି, ଯାହାର ନାମ ‘ବନ୍‌ତାରା’। ଏହା ସାହାଯ୍ୟରେ ସେ ସମସ୍ୟାରେ ପଡ଼ିଥିବା ବନ୍ୟପ୍ରାଣୀମାନଙ୍କୁ ସାହାଯ୍ୟ କରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ଜାମନଗରଠାରୁ ୩୫ଶହ କିମି ଦୂରରେ ଏକ ଅସୁସ୍ଥ ହାତୀକୁ ‘ବନତାରା’ ଟିମ୍‌ର ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଛନ୍ତି। ଏହି ସମ୍ପର୍କିତ ଏକ ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ଏକ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଅନନ୍ତଙ୍କୁ ସାହାଯ୍ୟ ମଗାଯାଇଥିଲା। ତେବେ ୨୪ଘଣ୍ଟା ମଧ୍ୟରେ ସେ ତ୍ରିପୁରାର କେଲା ସହରକୁ ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ପଠାଇଥିଲେ। ସେଠାରେ ଡାକ୍ତରମାନେ ଅସୁସ୍ଥ ହାତୀ ସହ ତା’ର ଶାବକକୁ ଚିକିତ୍ସା କରିଥିଲେ। ବନତାରା’ ପ୍ରକଳ୍ପ ଗୁଜରାଟର ଜାମନଗରସ୍ଥିତ ରିଲାଏନ୍ସ କମ୍ପ୍ଲେକ୍ସ ନିକଟରେ ପାଖାପାଖି ୬ଶହ ଏକର ଜମିରେ ନିର୍ମାଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ