Sunday, April 12, 2026
39 C
Odisha

    ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

    ଆଗକୁ ପଢନ୍ତୁ

    ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ(୫୫) ବୋଲି ଜଣାଯାଇଛି। ଖୁଣ୍ଟପାଲି ଗାଁର ପିଣ୍ଟୁ କୁମ୍ଭାର(୨୦) ଓ ଦେବାଶିଷ ବାରିକ (୨୫) ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୬ଟା ବେଳେ ମହାଜନ ସିଂ ବାଇକରେ ନିଜର ଝିଅକୁ ସାଙ୍ଗରେ ଧରି ଡୁଙ୍ଗୁରିପାଲିକୁ ଆସୁଥିବା ବେଳେ ପିଣ୍ଟୁ କୁମ୍ଭାର ଓ ଦେବାଶିଷ ବାରିକ ଏକ ବାଇକରେ ଅପରପଟରୁ ଆସୁଥିଲେ। ଖୁଣ୍ଟପାଲି ଗାଁରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ମହାଜନ ସିଂଙ୍କ ମୃତ୍ୟୁ ଘଟିଥିଲା। ଏଣେ ପିଣ୍ଟୁ କୁମ୍ଭାର ଓ ଦେବାଶିଷ ବାରିକ ଗୁରୁତର ହୋଇଥିଲେ। ଉଭୟଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

    ତେବେ ବହୁ ସମୟ ଧରି ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଅଟୋରେ ମହାଜନ ସିଂଙ୍କ ଶବକୁ ମେଡିକାଲ ପଠାଗଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖୋଦ୍ ରାଜ୍ୟର ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ବ୍ଲକରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର ଦେଖି ଲୋକେ ଚକିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ