Wednesday, August 19, 2026
24.2 C
Odisha

    ଗ୍ୟାସ ଫାଟି ୩ ଶିଶୁ ଜୀବନ୍ତ ଦଗ୍ଧ, ମା’ ଅବସ୍ଥା ଗୁରୁତର

    ଆଗକୁ ପଢନ୍ତୁ

    ରୋଷେଇ କରିବାକୁ ଗ୍ୟାସ ଲଗାଇବା ସମୟରେ ଅଘଟଣ । କିଛି ବୁଝିବା ଆଗରୁ ପୁରା ଘରେ ଲାଗିଗଲା ନିଆଁ । ଫଳରେ ୩ ଶିଶୁ ଜୀବନ୍ତ ପୋଡି ପ୍ରାଣ ହରାଇଥିବାବେଳେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଚେନ୍ନାଇ ନିକଟ ଚେଙ୍ଗଲପଟ୍ଟୁରେ । ସୂଚନା ମୁତାବକ, ପୀଡିତ ପରିବାର ବିହାରର ବାସିନ୍ଦା । କାମ ସନ୍ଧାନରେ ଆସି ଏମାନେ ଏହି ଅଞ୍ଚଳରେ ରହୁଥିଲେ । ମହିଳା ଜଣକ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ନିଜ ସ୍ୱାମୀଙ୍କଚୁ ଭେଟିବା ପରେ ୩ ପିଲାଙ୍କ ସହ ଘରକୁ ଫେରିଥିଲେ । ଏବଂ ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇଥିଲେ । ହେଲେ ସେ ନିଆଁ ପୁରା ଘରକୁ ବ୍ୟାପୀଯାଇଥିଲା । ଫଳରେ ଜୀବନ୍ତ ପୋଡିଯାଇଥିଲେ ୩ ପିଲା । ଏବଂ ମହିଳା ଗୁରୁତର ଭାବେ ।ପଡିଯାଇଥିବା ଜଣାପଡିଛି । ମହିଳାଙ୍କୁ ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    91 %
    1.5kmh
    93 %
    Wed
    24 °
    Thu
    29 °
    Fri
    29 °
    Sat
    25 °
    Sun
    25 °

    ସମ୍ବନ୍ଧିତ