Wednesday, April 1, 2026
35.5 C
Odisha

    ପିଆଜ ବୋଝେଇ ଟ୍ରକ୍ ସହ ଜଳିଗଲା ବାଇକ୍, ଶ୍ରମିକଙ୍କର ଜୀବନ ଗଲା

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ବିଳମ୍ୱିତ ରାତିରେ ମୟୁରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ବିଶୋଇ ଥାନା ଅଧୀନ ଡୁମୁରୁଡ଼ିହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜଳିଯାଇଛି ଏକ ପିଆଜ ବୋଝେଇ ଟ୍ରକ୍ ସହ ଗୋଟିଏ ବାଇକ୍ । ଏହି ଦୁର୍ଘଟଣାରେ ଟ୍ରାକ୍ଟରର ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକ ଜଣକ ହେଉଛନ୍ତି ବିଶୋଇ ଥାନା ନୂଆଗାଁ ଗ୍ରାମର ପପୁ ମହାନ୍ତ। ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବିଶୋଇ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ