Saturday, September 26, 2026
28.5 C
Odisha

    ମହାରାଷ୍ଟ୍ର : ଗଣପତି ବିସର୍ଜନ ବେଳେ ସଡ଼କ ଦୁର୍ଘଟଣା, ୩ ମୃତ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ରର ଧୁଲେରେ ଗଣପତି ବିସର୍ଜନ ବେଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ପ୍ରାଥମିକ ସୂଚନା ଅନୁଯାୟୀ, ଧୁଲେର ଚିତ୍ତୋର ଗାଁରେ ଗଣପତି ବିସର୍ଜନ ପାଇଁ ଗ୍ରାମବାସୀ ଗଣପତିଙ୍କ ମୂର୍ତ୍ତିକୁ ଟ୍ରାକ୍ଟରରେ ବିସର୍ଜନ ପାଇଁ ନେଇ ଯାଉଥିଲେ। ଏହାପରେ ଟ୍ରାକ୍ଟରଟି ନାଚୁଥିବା ପିଲାମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

    ଏହି ଘଟଣା ପରେ ପୁଲିସ ଟ୍ରାକ୍ଟର ଓ ଡ୍ରାଇଭରଙ୍କୁ ଅଟକ ରଖିଛି। ଅଭିଯୁକ୍ତ ଡ୍ରାଇଭରଙ୍କ ଡାକ୍ତରୀ ମାଇନା କରାଯିବ। ଯାହା ପରେ ଅଭିଯୁକ୍ତଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.5 ° C
    28.5 °
    28.5 °
    78 %
    3.4kmh
    68 %
    Sat
    29 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ