Saturday, May 9, 2026
22.9 C
Odisha

    ବିଶ୍ବକପ କ୍ରିକେଟରେ ପୁରୁଷ ଓ ମହିଳାଙ୍କୁ ମିଳିବ ସମାନ ପୁରସ୍କାର ରାଶି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପରେ ମହିଳା ଖେଳାଳିମାନଙ୍କୁ ପୁରୁଷ ବିଶ୍ବକପ ପରି ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଘୋଷଣା କରିଛି।ଆଇସିସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ମହିଳା ଟି-୨୦ ବିଶ୍ୱକପର ବିଜେତାଙ୍କୁ ଏବେ ୨୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାର ମିଳିବ । ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆକୁ ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଥିଲା। ଫଳରେ ଏହା ପୁରୁଷ ବିଶ୍ବକପ ପୁରସ୍କାର ରାଶି ସହ ସମାନ ହୋଇଯାଇଛି । ଭାରତୀୟ ପୁରୁଷ ଦଳ ଚଳିତ ବର୍ଷ ପ୍ରାରମ୍ଭରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ଜିତିଥିଲା । ସେଥିରେ ଟିମ ଇଣ୍ଡିଆକୁ ୨୩ ଲକ୍ଷ ୪୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିଥିଲା।

    ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୪ ହେଉଛି ପ୍ରଥମ ଆଇସିସି ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ମହିଳାମାନେ ପୁରୁଷଙ୍କ ଭଳି ସମାନ ପୁରସ୍କାର ରାଶି ଅର୍ଜନ କରିବେ, ଯାହା ଖେଳ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    87 %
    2.1kmh
    5 %
    Sat
    38 °
    Sun
    38 °
    Mon
    38 °
    Tue
    39 °
    Wed
    39 °

    ସମ୍ବନ୍ଧିତ