Sunday, October 18, 2026
29 C
Odisha

    ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା, ୮ ମୃତ

    ଆଗକୁ ପଢନ୍ତୁ

    କାନପୁର: ଉତ୍ତରପ୍ର‌ଦେଶ କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି।  ପୁଲିସ ସୂଚନାନୁଯାୟୀ ଆଜି ଏକ ଡବଲ୍‌ ଡେକର ବସ୍‌ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ବେଳେ ରାସ୍ତାକଡ଼  ଗଛରେ ପାଣି ଦେଉଥିବା ଏକ ଟ୍ୟାଙ୍କର୍‌ ସହ ପିଟି ହୋଇଯାଇଥିଲା।  ଏହା ପରେ ବସ୍‌ଟି ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା।  ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତିରୱା, କନୌଜ, ସୈଫାଇ ଏବଂ ଏଟାୱାରେ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି।  ତେବେ ବସ୍‌ରେ ବଞ୍ଚି ଯାଇଥିବା ଯାତ୍ରୀମାନେ କହିଛନ୍ତି, ବସ୍‌ ଡ୍ରାଇଭର ଘୁମାଇ ପଡ଼ିବାରୁ ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ଟ୍ୟାଙ୍କରରେ ପିଟି ଦେଇଥିଲେ। ସ୍ଥାନୀୟ ବାସିନ୍ଦାମାନେ ବସ୍‌ ଝରକା କାଚ ଭାଙ୍ଗି  ଲୋକମାନଙ୍କୁ ଉଦ୍ଧାର କରିଥି‌ଲେ। ସଙ୍ଗେସଙ୍ଗେ ପୁଲିସ ଆସି ଘଟଣାସ୍ଥଳ‌ରେ ପହଞ୍ଚିଥିଲା। ଜିଲ୍ଲାପାଳ ସୁଭ୍ରାନ୍ତ କୁମାର ଶୁକ୍ଳା, ଏସ୍‌ପି ଅମିତ କୁମାର ଆନନ୍ଦ ସଙ୍ଗେସଙ୍ଗେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ।  ସକରଭା ଥାନା ଅଧୀନରେ ଆଜି ଏହି ଦୁର୍ଘଟଣା ହୋଇଛି।  ଦୁର୍ଘଟଣା ସମୟରେ ଜଳ ସମ୍ପଦ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂହ ଏହି ରାସ୍ତା ଦେଇ ଯାଉଥିବାବେଳେ ବାଟରେ ଅଟକି ସହଯୋଗ କରିଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ପଠାଇବାପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ