Sunday, October 18, 2026
29 C
Odisha

    ଭାରତ ହାତକୁ ଆସିବ ବିଶ୍ବର ଏହି ଘାତକ ଯୁଦ୍ଧ ଜାହାଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ମାରାତ୍ମକ ମଲ୍ଟି ରୋଲ୍ ଷ୍ଟେଲଥ୍ ଗାଇଡେଡ୍ ମିସାଇଲ ଫ୍ରିଗେଟ୍ ରୁଷରୁ ଭାରତ ଆସିବାକୁ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛି। ଏହାକୁ ମାରାତ୍ମକ ଫ୍ରିଗେଟ କୁହାଯାଉଛି କାରଣ ଏଥିରୁ ଘାତକ କ୍ଷେପଣାସ୍ତ୍ର ବ୍ରହ୍ମସ ଉତକ୍ଷେପଣ କରାଯାଇପାରିବ । ଏହାର କ୍ଷମତା ଦେଖି ଏହି ଫ୍ରିଗେଟର ନାମକରଣ ମଧ୍ୟ କରାଯାଇଛି। ଏହାର ନାମ ‘ତୁଶୀଲ’ ଅର୍ଥାତ୍ ରକ୍ଷକ ରଖାଯାଇଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜେ ଏହାକୁ ନୌସେନାରେ ସାମିଲ କରିବା ପାଇଁ ରୁଷିଆ ଯାଉଛନ୍ତି, ଏଥିରୁ ଆପଣ ଏହାର ମହତ୍ତ୍ୱ ବୁଝିପାରିବେ। ଆସନ୍ତା ଡିସେମ୍ବର ୯ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯିବ।

    ତୁଶୀଲକୁ ଏକ ଷ୍ଟେଲଥ ଫ୍ରିଗେଟ୍ କୁହାଯାଉଛି, କାରଣ ଏହାକୁ ଶତ୍ରୁପକ୍ଷର ରାଡାର, ସୋନାର ଆଦି ଚିହ୍ନଟ କରିପାରିବ ନାହିଁ । ଅର୍ଥାତ ଶତ୍ରୁପକ୍ଷର ଅଗୋଚରରେ ଏହା ପହଞ୍ଚି ଆକ୍ରମଣ କରିପାରିବ ।

    ତୁଶୀଲର ଶକ୍ତି ହେଉଛି ଏହାର ବେଗ । ଏହା ସମୁଦ୍ରରେ ଘଣ୍ଟାପ୍ରତି ୩୦ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏଥିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ। ତୁଶିଲ ଗୋଟିଏ ଥରରେ ୩୦୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଏହାର ଓଜନ ୩୯୦୦ ଟନ୍ । ଏହା ବୁଡ଼ାଜାହାଜ ନିରୋଧୀ ଯୁଦ୍ଧରେ ବିଶେଷଜ୍ଞ। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣକୁ ରୋକିବା ପାଇଁ ଏହାକୁ ବିଶେଷ ଭାବେ ଡିଜାଇନ୍ କରାଯାଇଛି। ଶତ୍ରୁ ପକ୍ଷର ବୁଡ଼ାଜାହାଜ ଆକ୍ରମଣର ମୁକାବିଲା ପାଇଁ ଏହି ଯୁଦ୍ଧ ଜାହାଜରେ ଆଣ୍ଟି-ସବ୍ମେରିନ୍ ରକେଟ୍ ଏବଂ ଟର୍ପିଡୋ ମଧ୍ୟ ରହିଛି। ଏହି ଯୁଦ୍ଧ ଜାହାଜରେ ଏକ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ