Saturday, April 19, 2025
28 C
Odisha

    ଛୁଟିରେ ଥିବା ୧୯୬ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ଭିନ୍ନଭିନ୍ନ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଡାକ୍ତର ବହୁ ଡାକ୍ତର ପଦବୀ ଖାଲି ପଡିଛି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହିତ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି।  ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଏହି ଡାକ୍ତରଙ୍କ ପଦବୀ ଖାଲି ପଡିଛି । ସର୍ବାଧିକ ଗଞ୍ଜାମରେ ୪୫୦ ଡାକ୍ତରଙ୍କ ପଦବୀ ଖାଲି ପଡିଛି ।ସେହିପରି ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ଏସସିବିରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ସର୍ବାଧିକ ମୟୂରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ପଦବୀ ଖାଲି ପଡିଛି । ରାଜ୍ୟରେ ଡାକ୍ତର ନିଯୁକ୍ତି ହେଉ ନ ଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା ସଙ୍କଟରେ ପଡ଼ିଛି। ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି  ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    53 %
    1.2kmh
    0 %
    Sat
    42 °
    Sun
    43 °
    Mon
    43 °
    Tue
    43 °
    Wed
    45 °

    ସମ୍ବନ୍ଧିତ