Monday, June 24, 2024
26.2 C
Odisha

    ସଂତୃପ୍ତ ମିଶ୍ର ଓ ସଞ୍ଜୟ ଦାଶ ବର୍ମାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସଂତୃପ୍ତ ମିଶ୍ର ଓ ସଞ୍ଜୟ ଦାଶବର୍ମାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସଂତୃପ୍ତ ମିଶ୍ରଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ସଞ୍ଜୟ ଦାଶବର୍ମାଙ୍କୁ ବିଜେଡି ମୁଖପାତ୍ର ଦାୟିତ୍ବ ପ୍ରଦାନ କରାଯାଇଛି । ଉଭୟଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ । ଶୁକ୍ରବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସଂତୃପ୍ତ ମିଶ୍ର । ଶୁକ୍ରବାର ବିଜେଡିରେ ମିଶିଛନ୍ତି ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି । ସେ ଶୁକ୍ରବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସଂତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ । ଏହାସହ ସଂତୃପ୍ତ ବିର୍ଲା କାର୍ବନର ନିର୍ଦ୍ଦେଶକ ମଧ୍ୟ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.2 ° C
    26.2 °
    26.2 °
    85 %
    1.3kmh
    26 %
    Mon
    38 °
    Tue
    36 °
    Wed
    36 °
    Thu
    36 °
    Fri
    33 °

    ସମ୍ବନ୍ଧିତ