Sunday, March 15, 2026
22.3 C
Odisha

    ବରମୁଣ୍ଡା ପରେ ସତ୍ୟନଗର: ୨୦ କୋଟିର ଜମି କେଳେଙ୍କାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଲେକ୍‌ ଜୋନ୍‌ ପାଇଁ ଅଧିଗ୍ରହଣ କଲେ। ହେଲେ ସରକାରୀ ଖାତାକୁ ନେଲେ ନାହିଁ କିମ୍ବା ବ୍ୟବହାର ମଧ୍ୟ କଲେ ନାହିଁ। ବର୍ଷ ବର୍ଷ ପଡ଼ିବା ପରେ ଦଲାଲ ଲାଗିଗଲେ। ମୂଳ ମାଲିକଙ୍କ କାଗଜପତ୍ର ଜାଲ୍‌ କରି ସରକାରଙ୍କ ଜମିକୁ ବିକିଦେଲେ। ମୂଳ ମାଲିକ କ୍ଷତିପୂରଣ ‌ନେଇ ଚାଲିଗଲେ। ଦଲାଲ୍‌ କୋଟି କୋଟି ଟଙ୍କା ରୋଜଗାର କଲା। ଏହା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଭୁବନେଶ୍ବର ଛାତି ଉପର ସତ୍ୟନଗରରେ ଘଟିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏବେ ଯେଉଁଠାରେ ଲେକ୍‌ ନ୍ୟୁଟ୍ରାଲ୍‌ ପ୍ରକଳ୍ପ ପ୍ରସ୍ତୁତ କରୁଛି ସେଠାରେ ଦଲାଲ୍‌ ୧୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଜାଗା ବିକି ଦେଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଳ୍ଲାପାଳଙ୍କୁ ଏ ନେଇ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ଏଥିରେ ୨୦ କୋଟିରୁ ଊର୍ଦ୍ଧ୍ବ କେଳେଙ୍କାରୀ ହୋଇଥିବା ଅନୁମାନ କରାଯାଉଛି। ତଦନ୍ତ ହେଲେ ଦଲାଲଙ୍କ ପଛରେ ଥିବା ବଡ଼ବଡ଼ିଆ ଓ ସରକାରୀ ଅଧିକାରୀ ଧରାପଡ଼ିବେ ବୋଲି କୁହାଯାଉଛି।

    ପୂର୍ବରୁ ଘଙ୍ଗାପାଟଣାରେ ଏଭଳି ହୋଇଥିଲା। ସରକାର ଜମି ଅଧିଗ୍ରହଣ କଲା ପରେ ସରକାରୀ ଖାତାକୁ ଜମି ନ ଯିବାରୁ ଦଲାଲ୍‌ ଓ ମୂଳମାଲିକ ମିଶି ଏହି ସରକାରୀ ଜମିକୁ ବିକି ଦେଇଥିଲେ। ଯାହା ସାରା ରାଜ୍ୟରେ ଚହଳ ପକାଇଥିଲା। ଏଥିରେ ସରକାରୀ ଅଧିକାରୀ ଗିରଫ ହୋଇଥିଲେ। ସେହିଭଳି ବରମୁଣ୍ଡାରେ ମଧ୍ୟ ଅନୁରୂପ ଘଟଣା ଘଟିଛି। ରାସ୍ତା ନିର୍ମାଣ ପାଇଁ ସରକାର ଜମି ଅଧିଗ୍ରହଣ କଲେ। କିନ୍ତୁ ଦଖଲକୁ ନେଲେ ନାହିଁ କିମ୍ବା‌ ସରକାରୀ ଖାତାକୁ ମଧ୍ୟ ନେଲେ ନାହିଁ। ଫଳରେ ଦଲାଲ୍‌ ସରକାରଙ୍କ ଜମିକୁ ପୁଣି ଥରେ ସରକାରଙ୍କୁ ବିକିଦେଲା। ସରକାର ଏହି ରାସ୍ତା କଡ଼ରେ ସ୍ବେରେଜ୍‌ ଲାଇନ୍‌ ବିଛାଇବା ପାଇଁ ପୁଣି ଥରେ ସେହି ଜାଗାକୁ କ୍ଷତିପୂରଣ ଦେଇ ଅଧିଗ୍ରହଣ କଲେ। ଏହି ମାମଲା ଏବେ ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ବିଚାରାଧୀନ ରହିଛି। ସରକାରୀ ଅଧିକାରୀଙ୍କ ସଲାସୁତରାରେ ଦଲାଲ୍‌ମାନେ ଏଭଳି କରିଥିବା ଘଙ୍ଗାପାଟଣା ମାମଲାରେ ପ୍ରମାଣିତ ହୋଇଛି। ଘଙ୍ଗାପାଟଣା ଘଟଣା ପରେ ବି ବରମୁଣ୍ଡାରେ ଘଟଣାର ପୁନରାବୃତ୍ତି ହେବା ସରକାରୀ ବ୍ୟବସ୍ଥା ପାଇଁ ଆହ୍ବାନ ହୋଇଛି।

    ନୂଆପଲ୍ଲୀରୁ ଆରମ୍ଭ ହୋଇଥିବା ପ୍ରାକୃତିକ ନାଳ-୧୦ ଗଙ୍ଗୁଆ ନାଳରେ ମିଶିଛି। ଯାହାର ଲମ୍ବ ୫.୪୮ କିଲୋମିଟର ରହିଛି। ଏଥିରୁ ୧.୭୦ କିଲୋମିଟରରେ ୩ଟି ଲେକ୍‌ଜୋନ୍‌ ପ୍ରକଳ୍ପ ଯୋଜନା ହୋଇଥିଲା। ଲେକ୍‌ ଜୋନ୍‌-୧ ବିଦ୍ୟୁତ୍‌ମାର୍ଗରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ରହିଥିବା ବେଳେ ଲୋକ୍‌ ଜୋନ୍‌-୨ ସଚିବାଳୟ ମାର୍ଗରୁ ଜନପଥ ଓ ଜନପଥ (ସତ୍ୟନଗର ମଶାଣି)ରୁ ଟ୍ରେନ୍‌ ଲାଇନ୍‌ ପର୍ଯ୍ୟନ୍ତ ଲେକ୍‌ ନ୍ୟୁଟ୍ରାଲ୍‌ ବା ଲେକ୍‌ ଜୋନ୍‌-୩ ପ୍ରସ୍ତୁତ ହେବାକୁ ରହିଛି। ଏହି ନାଳ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଓସାରର ରହିଥିବାରୁ ଏହାକୁ ପ୍ରଶସ୍ତ କରି ଲେକ୍‌ଜୋନ୍‌ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଳା। ୧୯୬୮ ମସିହାରେ ସତ୍ୟନଗରରେ ଲେକ୍‌ ଜୋନ୍‌-୩ ହେବାକୁ ଯୋଜନା ହୋଇଥିଲା। ସରକାରୀ ଜାଗା ୧୨ ଏକର ଥିଲା। ୧୯୮୫-୮୬ ମସିହାରେ ଏଠାରେ ସରକାର ପ୍ରାୟ ୨୦ ‌କୋଟି ଖର୍ଚ୍ଚ କରି ୪୦ ଏକରରୁ ଅଧିକ ଜମି ଅଧିଗ୍ରହଣ କରିଥିଲେ। କିନ୍ତୁ ସବୁ ଯୋଜନା ‌‌ଫେଲ୍‌ ମାରିଲା। ଅଧିଗ୍ରହଣ ହୋଇଥିବା ଜମି ବ୍ୟବହାର ହେଲା ନାହିଁ। ସେମିତି ପଡ଼ି ରହିଲା। ଫଳରେ ଏହା କ୍ରମେ ଜବରଦଖଲ ହେବା ସହ ଦଲାଲ୍‌ ବିକିବାକୁ ଲାଗିଲେ। ଅଧିଗ୍ରହଣ ହୋଇଥିବା ୪୦ ଏକରରୁ ୨୦ ଏକରରୁ ଅଧିକା ନକଲି କାଗଜପତ୍ର ଓ ନକଲି ମାଲିକ ପ୍ରସ୍ତୁତ କରି ବିକି ଦେଇଥିଲେ। ଏଥିରେ କେତେକ ଅଧିକାରୀ ମଧ୍ୟ ସାମିଲ ହୋଇଥି‌ଲେ। ୨୦୧୬ ମସିହାରେ ଏହା ସ୍ମାର୍ଟ ସିଟି ଅଧୀନକୁ ଆସିଲା। ୨୦୨୧ ମସିହାରେ ବିଏସ୍‌ସିଏଲ୍‌ ଏଠାରେ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜବରଦଖଲ ହଟାଇବାକୁ ନାକେଦମ୍‌ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    59 %
    1.9kmh
    0 %
    Sun
    38 °
    Mon
    37 °
    Tue
    38 °
    Wed
    37 °
    Thu
    36 °

    ସମ୍ବନ୍ଧିତ