Sunday, June 1, 2025
26.8 C
Odisha

ହରିୟାଣା ପରାଜୟ ପରେ ମେଣ୍ଟ ଭିତରେ କୋଳାହଳ: ପରାଜୟର ମୁଖ୍ୟ କାରଣ କହିଲା ଶିବସେନା

ଆଗକୁ ପଢନ୍ତୁ

ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ ଇଣ୍ଡି ମେଣ୍ଟ ଭିତରୁ କଂଗ୍ରେସକୁ କଟାକ୍ଷ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଉଠିଲା ପ୍ରଶ୍ନ । ଇଣ୍ଡିଆ ଗଠବନ୍ଧନର ଅନେକ ଦଳ ପରାଜୟକୁ ନେଇ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ।ଉଦ୍ଧବ ଗୋଷ୍ଠୀ ଶିବସେନା  ନିଜର ଦଳୀୟ ମୁଖପତ୍ର ସାମନା ଜରିଆରେ କଂଗ୍ରେସକୁ ନିଶାନା କରିଛି । ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ହରିୟାଣା ପରାଜୟରୁ ମହାରାଷ୍ଟ୍ର କଂଗ୍ରେସ ନେତା କିଛି ଶିକ୍ଷାଲାଭ କରନ୍ତୁ ବୋଲି ଶିବସେନା କହିଛି ।

ଶିବସେନା କଂଗ୍ରେସ ଉପରେ ବଡ଼ ଆରୋପ ଲଗାଇ ଅଭିଯୋଗ କରିଛି ଯେ କେମିତି ବିଜୟର ସମ୍ଭାବନାକୁ ପରାଜୟରେ ପରିଣତ କରାଯାଇପାରିବ ତାହା କଂଗ୍ରେସକୁ ବେଶ ଭଲଭାବେ ଜଣାଅଛି । ହରିୟାଣାରେ ଇଣ୍ଡି ମେଣ୍ଟର ଦଳମାନେ ଏକାଠି ହୋଇ ନିର୍ବାଚନ ନଲଢିବା ବିଜେପିକୁ ଫାଇଦା ଦେଲା ବୋଲି ସିପିଆଇ ନେତା ଡି. ରାଜା କହିଛନ୍ତି ।

ସେହିପରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପରାଜୟ ପାଇଁ କଂଗ୍ରେର ନିର୍ବାଚନ ରଣନୀତିକୁ ଦାୟୀ କରିଛନ୍ତି । କଂଗ୍ରେସର ନିର୍ବାଚନ ରଣନୀତିରେ ଅଭାବ ଓ ଦଳର ନେତା ମାନଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁ କଂଗ୍ରେସକୁ ପରାଜୟ ଭୋଗିବାକୁ ପଡ଼ିଲା ବୋଲି ସେ କହିଛନ୍ତି । ସେପଟେ ଏହି ପରାଜୟର ସମୀକ୍ଷା କରିବାକୁ କଂଗ୍ରେସ ଦଳ ଭିତରୁ ମଧ୍ୟ ସ୍ୱର ଉଠିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.8 ° C
26.8 °
26.8 °
83 %
1kmh
100 %
Sat
27 °
Sun
39 °
Mon
40 °
Tue
37 °
Wed
40 °

ସମ୍ବନ୍ଧିତ