Sunday, September 13, 2026
28.7 C
Odisha

    ଅଯୋଧ୍ୟାର ପ୍ରଭୁ ରାମଙ୍କ ପ୍ରତିମା ଲାଗି ଚମତ୍କାର ରେଶମ ଓ ପଶମ ବସ୍ତ୍ର ପ୍ରସ୍ତୁତି କରୁଛନ୍ତି ଆଗ୍ରା ମହିଳା

    ଆଗକୁ ପଢନ୍ତୁ

    ଆଗ୍ରା: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରତିମା ପାଇଁ ଆଗ୍ରାରେ ଜଣେ ମହିଳା ପୋଷାକପତ୍ର ତିଆରି କରୁଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ଆଗ୍ରାର ଦୟାଲ୍‌ବାଗ୍‌ବାସିନୀ ଏକତା ନାମ୍ନୀ ଜଣେ ମହିଳା କହିଛନ୍ତି ଯେ, ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ଘୋଷଣା କରାଯିବା ବେଳୁ ସେ ରାମ ଲଲ୍ଲାଙ୍କ ନିମନ୍ତେ ରେଶମ ଓ ପଶମ ବସ୍ତ୍ର ତିଆରି ଆରମ୍ଭ କରି ଦେଇଛନ୍ତି। ସେ ତିଆରି କରିଥିବା ବସ୍ତ୍ର ଉଦ୍‌ଘାଟନ ଦିନ ଦିଅଁଙ୍କୁ ପିନ୍ଧାଇବା ଲାଗି ଚୟନ କରାଯିବ ‌ବୋଲି ତାଙ୍କର ଆଶା।ଏକତା କହିଛନ୍ତି ଯେ, ରାମ ଲଲ୍ଲାଙ୍କ ପ୍ରତିମାର ଆକାର ବିଷୟରେ ପ୍ରଥମେ ତାଙ୍କର କୌଣସି ଧାରଣା ନ ଥିଲା। ତେଣୁ, ସେ ସବୁ ‘ସାଇଜ୍‌’ ବା ଆକାରର ପୋଷାକ ତିଆରି ଆରମ୍ଭ କଲେ। ଜଣେ ଅଯୋଧ୍ୟା ଯାଇ ନିର୍ମାଣାଧୀନ ମନ୍ଦିର ଦେଖି ଫେରିବା ପରେ ସେ ତାଙ୍କୁ ଭେଟି ପ୍ରତିମାର ଆକାର ବିଷୟରେ ଧାରଣା ପାଇବାକୁ ଚେଷ୍ଟା କଲେ।

    ପ୍ରତିମା ପାଇଁ ଏପର୍ଯ୍ୟନ୍ତ ସେ ଡଜନାଧିକ ରେଶମ ଓ ପଶମ ବସ୍ତ୍ର ତିଆରି କରିସାରିଲେଣି। ଜାନୁଆରି ୨୨ ତାରିଖ ଦିନ ସେଗୁଡ଼ିକୁ ମନ୍ଦିର ଟ୍ରଷ୍ଟ୍‌କୁ ଉପହାର ଦେବେ ବୋଲି ସେ ଭାବିଛନ୍ତି। ପ୍ରାଣପ୍ରତିଷ୍ଠା ଦେଖିବା ଲାଗି ସେ ସପରିବାର ଉତ୍ତର ପ୍ରଦେଶର ମନ୍ଦିର ନଗରୀ ଯିବା ପାଇଁ ପ୍ରସ୍ତୁତି କରୁଛନ୍ତି। ସୀମିତ ଆମନ୍ତ୍ରିତ ଅତିଥିଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ଜାନୁଆରି ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ