Saturday, October 10, 2026
29.2 C
Odisha

    ‘କୃଷ୍ଣ ଗହ୍ବର’ ଅଧ୍ୟୟନ ଲାଗି ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କଲା ‘ଇସ୍ରୋ’

    ଆଗକୁ ପଢନ୍ତୁ

    ଶ୍ରୀହରିକୋଟା: ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ ବା ନଷ୍ଟ ହୋଇଯାଇଥିବା ତାରକା ଓ ତହିଁରୁ ସୃଷ୍ଟ ‘କୃଷ୍ଣ ଗହ୍ବର’ ବା ‘ବ୍ଲାକ୍‌ ହୋଲ୍‌’ ଉପରେ ଅଧ୍ୟୟନ କରିବା ଲାଗି ଆଜି ‘ଇସ୍ରୋ’ ମହାକାଶକୁ ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କରିଛି। ଆଜି ସକାଳ ୯.୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ (ପିଏସ୍‌ଏଲ୍‌ଭି-ସି୫୮) ତା’ର ୬୦ତମ ଉତ୍‌କ୍ଷେପଣରେ ‘ଏକ୍ସପାଟୋ’କୁ ନେଇ ମହାକାଶକୁ ଯାଇଥିବା କଥା ‘ଇସ୍ରୋ’ କହିଛି। ଏହି ‘ଏକ୍ସପୋସାଟ୍‌’ (ଏକ୍ସ-ରେ ପୋଲାରିମିଟର୍‌ ସାଟେଲାଇଟ୍‌) ହେଉଛି ‘ପୋଲାରିମେଟ୍ରି’ ଜଗତ ନିମନ୍ତେ ଭାରତର ପ୍ରାରମ୍ଭିକ ଅଭିଯାନ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଉଜ୍ଜ୍ବଳ ମହାଜାଗତିକ ଏକ୍ସ-ରେ ଉତ୍ସର ବିଭିନ୍ନ ପ୍ରକ୍ରିୟା ଅଧ୍ୟୟନ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏଥିରେ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’, ‘ବ୍ଲାକ୍‌ ହୋଲ୍‌’ ସମେତ ଅନ୍ୟାନ୍ୟ ଉଚ୍ଚ ଶକ୍ତିସମ୍ପନ୍ନ ପ୍ରକ୍ରିୟା ଅନୁଧ୍ୟାନ ଅନ୍ତର୍ଭୁକ୍ତ। ଏହାଦ୍ବାରା, ଏସବୁ ବିଷୟରେ ଆଗରୁ ଥିବା ପାରମ୍ପରିକ ଧାରଣାକୁ ବାଦ ଦେଇ ବୈଜ୍ଞାନିକମାନେ ଅତିରିକ୍ତ ଜ୍ଞାନ ହାସଲ କରିବେ। ସୂଚନାଯୋଗ୍ୟ, ତାରାଗୁଡ଼ିକରୁ ଇନ୍ଧନ ଶେଷ ହୋଇଗଲେ ସେମାନେ ଆପଣା ମଧ୍ୟାକର୍ଷ ବଳରେ ସଙ୍କୁଚିତ ହୋଇ ନଷ୍ଟ ହୋଇଯାଆନ୍ତି। ଫଳରେ ସେଥିରୁ ‘କୃଷ୍ଣ ଗହ୍ବର’ ଓ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ ନିର୍ଗତ ହୁଏ। ବିଶ୍ବବ୍ରହ୍ମାଣ୍ଡରେ ‘କୃଷ୍ଣ ଗହ୍ବର’ର ମାଧ୍ୟାକର୍ଷଣ ଶକ୍ତି ସର୍ବାଧିକ ହୋଇଥିବା ବେଳେ ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ର ସାନ୍ଦ୍ରତା ସର୍ବାଧିକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ