Sunday, October 18, 2026
24 C
Odisha

    ବିଶ୍ବପ୍ରସିଦ୍ଧ ତାଜମହଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ

    ଆଗକୁ ପଢନ୍ତୁ

    ଆଗ୍ରା: ୟୁପିର ଆଗ୍ରାରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଗ୍ରାର ବିଶ୍ବପ୍ରସିଦ୍ଧ ତାଜମହଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଇମେଲ୍ ଜରିଆରେ ଧମକ ମିଳିଛି। ଏସିପି ତାଜ ସିକ୍ୟୁରିଟି ସୟଦ ଅରିବ ଅହମ୍ମଦ କହିଛନ୍ତି ଯେ ପର୍ଯ୍ୟଟନ ବିଭାଗକୁ ଏହି ଇମେଲ ମିଳିଛି। ଏନେଇ ତାଜଗଞ୍ଜ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଧିକ ତଦନ୍ତ ଜାରି ରହିଛି। ବିଗତ କିଛି ଦନ ହେଲା ଦୁର୍ବୃତ୍ତ ମାନେ ସ୍କୁଲ, ବିମାନ ଓ ହୋଟେଲକୁ ବୋମା ଧମକ ଦେବା ପରେ ଏବେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଧମକାଇବା ଆରମ୍ଭ କରିଛନ୍ତି । ବିଶ୍ୱର ସାତଟି ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲକୁ ବୋମା ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିକୁ ସତର୍କ କରାଯାଇଛି । ପର୍ଯ୍ୟଟନ ବିଭାଗକୁ ପଠାଯାଇଥିବା ମେଲରେ ଦୁର୍ବୃତ୍ତମାନେ ତାଜମହଲକୁ ବୋମା ବିସ୍ଫୋରଣ ଦ୍ବାରା ଧ୍ବଂସ କରିବାକୁ ଧମକ ଦେଇଛନ୍ତି । ଏହି ଧମକପୂର୍ଣ୍ଣ ଇମେଲ୍ ପାଇବାରେ ସ୍ଥାନୀୟ ପୁଲିସ ପ୍ରଶାସନ ସଫଳ ହୋଇଛି। ତାଜମହଲ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ଯାଞ୍ଚ କରାଯାଇଥିଲା। ତାଜମହଲ ଭିତରେ ସିଆଇଏସଏଫ୍ ଟିମ୍ ତଦନ୍ତ କରିଛି। ତାଜମହଲର ସମସ୍ତ ଅଞ୍ଚଳର ଯାଞ୍ଚ କରାଯାଉଛି। ମାତ୍ର ଏପର୍ଯ୍ୟନ୍ତ ପୁଲିସ କୌଣସି ସନ୍ଦେହଜନକ ଜିନିଷ ପାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ