Sunday, October 18, 2026
24 C
Odisha

    ପଞ୍ଚଭୂତରେ ଲୀନ ହେଲେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଇପିଏସ୍‌ ଅଫିସର୍

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: କର୍ଣ୍ଣାଟକର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ହର୍ଷ ବର୍ଦ୍ଧନ ସିଂହଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ପୈତୃକ ଗ୍ରାମରେ ଗତ ସୋମବାର ଅନ୍ତିମ ସଂସ୍କାର କରାଯାଇଛି। ହର୍ଷ ବର୍ଦ୍ଧନ ସିଂହଙ୍କ ଅନ୍ତିମ ସଂସ୍କାର ସମୟରେ କୋସିର ଡିଆଇଜି ମନୋଜ କୁମାର, ସହରସା ଏସପି ହିମାଂଶୁ, ସିମରି ବଖିତୟାରପୁରର ଏସଡିପିଓ ମୁକେଶ କୁମାର ଠାକୁର, ସଦର ଏସଡିପିଓ ପ୍ରଦୀପ କୁମାର ଝାଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ।

    ୨୬ ବର୍ଷୀୟ ଯୁବ ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନଙ୍କର ନିକଟରେ ଟ୍ରେନିଂ ଶେଷ ହୋଇଥିଲା। ଟେନିଂ ଶେଷପରେ ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂରେ ଯୋଗ ଦେବାପାଇଁ ହର୍ଷ ବର୍ଦ୍ଧନ ପୁଲିସ ଗାଡ଼ିରେ ଯାଉଥିଲେ। ଏହି ସମୟରେ ହାସନ-ମହୀଶୂର ରାଜପଥ କିଟ୍ଟାନେ ସୀମା ନିକଟରେ ଗାଡ଼ିର ଟାୟାର ଫାଟିଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ କଡ଼ରେ ଥିବା ଏକ ଘରେ ଏବଂ ଗଛରେ ପିଟି ହୋଇଯାଇଥିଲା।

    ଏହି ଦୁର୍ଘଟଣାରେ  ହର୍ଷ ବର୍ଦ୍ଧନଙ୍କ ମୁଣ୍ଡ‌ରେ ଗଭୀର ଆଘାତ ଲାଗିଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମଙ୍ଗଳବାର ସକାଳେ ଜାତୀୟ ପତକାରେ ହର୍ଷ ବର୍ଦ୍ଧନଙ୍କୁ ଘୋଡାଇ ପାର୍ଥୀବ ଶରୀରକୁ ଆଇପିଏସ ଅଧିକାରୀଙ୍କ ଘରେ ପହଞ୍ଚାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ