Sunday, October 4, 2026
24.6 C
Odisha

    ଯେକୌଣସି ସମୟରେ ଲାଗିପାରେ ଯୁଦ୍ଧ : ଇସ୍ରାଏଲକୁ ଉଡ଼ାଣ ରଦ୍ଦ କଲା ଏୟାର ଇଣ୍ଡିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର କେତେକ ଅଞ୍ଚଳରେ ଉତ୍ତେଜନା ବଢ଼ୁଥିବାରୁ ଏୟାର ଇଣ୍ଡିଆ ଇସ୍ରାଏଲର ତେଲ ଅଭିବ୍ ସହରକୁ ବିମାନ ଉଡ଼ାଣକୁ ତୁରନ୍ତ ସ୍ଥଗିତ ରଖିଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସେମାନେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ତେଲ୍ ଆଭିବକୁ କନଫର୍ମ ବୁକିଂ କରିଥିବା ଯାତ୍ରୀଙ୍କୁ ଏୟାରଲାଇନ୍ସ ପକ୍ଷରୁ ରିଫଣ୍ଡ ବା ଭଡ଼ା ଫେରସ୍ତ କରାଯାଉଛି । ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି ।
    ସୂଚନାଯୋଗ୍ୟ ଯେ, ଇରାନରେ ହାମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାର ପ୍ରତିଶୋଧ ନେବାକୁ ଇରାନ ଘୋଷଣା କରିଛି । ଅନ୍ୟପକ୍ଷରେ ଆମେରିକୀୟ ଗଣମାଧ୍ୟମ ସଂସ୍ଥା ଆକ୍ସିଓସ୍ ଦାବି କରିଛି ଯେ ଆମେରିକା ଓ ଇସ୍ରାଏଲ ଅଧିକାରୀଙ୍କ କହିବା ଅନୁଯାୟୀ ଇରାନ ଯେକୌଣସି ସମୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ଏହାର ମୁକାବିଲା କରିବା ପାଇଁ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଫୋର୍ସର ମୁଖ୍ୟ ଜେନେରାଲ ମାଇକେଲ କୁରେଲା ମଧ୍ୟ ତେଲ ଆଭିବରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟପ୍ରାଚ୍ୟରେ ଅସ୍ତ୍ରଶସ୍ତ୍ର ମୁତୟନ ବଢ଼ାଇଛି। ପେଣ୍ଟାଗନ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଏବଂ ଇସ୍ରାଏଲରେ ମୁତୟନ ଥିବା ଆମେରିକୀୟ ସୈନିକଙ୍କ ସୁରକ୍ଷା ପାଇଁ ନୂଆ ଲଢୁଆ ବିମାନ, ବିନାଶକାରୀ ଏବଂ ବିମାନବାହୀ ଜାହାଜ ପଠାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ