Sunday, October 4, 2026
24.6 C
Odisha

    ନକଲି ଅଶ୍ଳୀଳ ଫଟୋ ଭାଇରାଲକୁ ନେଇ ବିଧାୟିକାଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନରେ ଭରତପୁର ଜିଲ୍ଲାର ବୟାନ ବିଧାୟିକା ଡକ୍ଟର ରୀତୁ ବନାୱତଙ୍କ ଫଟୋକୁ ନକଲି ଫଟୋ ସହିତ ଯୋଡ଼ି ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଧାୟିକା ରୀତୁ ବନାୱତ କହିଛନ୍ତି, ଗତ ବୁଧବାର ଫେସବୁକରେ ମୋର ନକଲି ଅଶ୍ଳୀଳ ଫଟୋ ଘୁରି ବୁଲୁଥିବାର ସୂଚନା ମୋ ‌ସୋସିଆଲ ମିଡିଆ ଟିମ ଦେଇଥିଲେ। ଏହାପରେ ମୁଁ ବିଚଳିତ ହୋଇପଡ଼ିଥିଲି। ସଙ୍ଗେସଙ୍ଗେ ଭରତପୁର ଏସପିଙ୍କୁ ଲିଖିତ ଭାବେ ଏହି ଘଟଣାର ଅଭିଯୋଗ କରିଥିଲି। ପୁଲିସ ମୋର ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ଦେଇଛି।
    ଜଣେ ବିଧାୟିକାଙ୍କ ସହିତ ‌ଯଦି ଲୋକେ ଏମିତି କରିବାକୁ ସାହାସ କରି ପାରୁଛନ୍ତି ତେବେ ସାଧାରଣ ଲୋକ କେ‌ତେ ସୁରକ୍ଷିତ ତାହା ଆପଣମାନେ ନିଜେ ଅନୁମାନ କରି ପାରୁଥିବେ। ତେବେ ମୋ ସହିତ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ମୋ ସହ ଏମିତି ଏକ ଘଟଣା ଘଟି ସାରିଛି। ଲୋକେ କାହିଁକି କେଉଁ ଉଦ୍ଦେଶ୍ୟ ନେଇ ଏପରି କରୁଛନ୍ତି ମୁଁ କିଛି ବୁଝି ପାରୁ ନାହିଁ।’

    ୨୦୨୪ ଜାନୁଆରି ୧୭ ତାରିଖରେ ବିଧାୟିକାଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାର ଅଭିଯୋଗ ହେବାପରେ ପୁଲିସ ଅଭିଯୁକ୍ତକୁ ମହାରାଷ୍ଟ୍ରର କୋଲହାପୁରରୁ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ