Saturday, March 28, 2026
25 C
Odisha

    Airtel ନିଜ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛି ଦୁଇଟି ବିନା ଡାଟା ଥିବା ଶସ୍ତା ପ୍ଳାନ୍

    ଆଗକୁ ପଢନ୍ତୁ

    Airtel ନିଜର କୋଟି କୋଟି ୟୁଜର୍ସଙ୍କ ପାଇଁ ଦୁଇଟି ବିନା ଡାଟା ଥିବା ଦୁଇଟି ଶସ୍ତା ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ସେମାନଙ୍କୁ ୩୬୫ ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ମିଳିବ । କମ୍ପାନୀ ପାଖରେ ୯୦ ଦିନର ଏକ ଶସ୍ତା ପ୍ଲାନ୍ ଅଛି, ଯେଉଁଥିରେ ୟୁଜର୍ସଙ୍କୁ ଅନଲିମିଡେଟ୍ କଲିଂ ସହିତ ଡାଟା ମଧ୍ୟ ମିଳିବ । ୟୁଜର୍ସଙ୍କୁ ଏହି ଶସ୍ତା ପ୍ଲାନ୍ ପାଇଁ ଦୈନିକ ପ୍ରାୟ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । Airtel ର ଏହି ଶସ୍ତା ପ୍ଲାନର ମୂଲ୍ୟ କେତେ ଏବଂ ଏଥିରେ କ’ଣ ବେନିଫିଟ୍ସ ମିଳବ ଆସନ୍ତୁ ଜାଣିବା ।

    Airtel ର ଏହି ରିଚାର୍ଜ ପ୍ଲାନର ପ୍ରାଇସ୍ ୯୨୯ ଟଙ୍କା । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନରେ ମିଳୁଥିବା ବେନିଫିଟ୍ସ ବିଷୟରେ କହିଲେ, ଏଥିରେ ୟୁଜର୍ସଙ୍କୁ ୯୦ ଦିନର ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନରେ ୟୁଜର୍ସଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂର ଲାଭ ମିଳିଥାଏ । ଏହା ବ୍ୟତୀତ ୟୁଜର୍ସଙ୍କୁ ପୁରା ଭାରତରେ ଫ୍ରିରେ ନ୍ୟାସନାଲ୍ ରୋମିଂର ମଧ୍ୟ ଫାଇଦା ମିଳିବ।ଏହି ପ୍ଲାନରେ ୟୁଜର୍ସଙ୍କୁ ଦୈନିକ ୧.୫ GB ଡାଟା ଏବଂ ୧୦୦ ଫ୍ରି SMS ର ଲାଭ ଦିଆଯାଉଛି । ଏହା ବ୍ୟତୀତ Airtel ନିଜର ଏହି ଶସ୍ତା ପ୍ଲାନରେ କମ୍ପ୍ଲିମେଣ୍ଟାରୀ ବେନିଫିଟ୍ସ ମଧ୍ୟ ଦେଉଛି ।

    ୩୬୫ ଦିନର ପ୍ଲାନ୍ :TRAI ର ନିର୍ଦ୍ଦେଶକ୍ରମେ Airtel ନିକଟରେ ଏକ ଶସ୍ତା ୩୬୫ ଦିନର ପ୍ଲାନ୍ ଉପସ୍ଥାପନ କରିଛି, ଯେଉଁଥିରେ ୟୁଜର୍ସମାନେ ସାରା ଭାରତରେ କଲ୍ କରିବା ପାଇଁ ଫ୍ରି କଲିଂର ସୁବିଧା ପାଆନ୍ତି । ଏହା ବ୍ୟତୀତ ଅନଲିମିଟେଡ୍ କଲିଂ ଏବଂ ୩,୬୦୦ ଫ୍ରି SMS ର ଲାଭ ମିଳିବ । ଏହା ବିନା ଡାଟା ଥିବା ପ୍ଲାନ୍ ୧,୮୪୯ ଟଙ୍କାରେ ଆସିଥାଏ । ଏହି ପ୍ଲାନ୍ କେବଳ କଲିଂ ପାଇଁ ପାଇଁ ସ୍ବତନ୍ତ୍ର ଭାବରେ ଅଣାଯାଇଛି । ୨ GB କିମ୍ବା ଫିଚର ଫୋନ୍ ୟୁଜର୍ସମାନେ ଲଙ୍ଗ ଭ୍ୟାଲିଡିଟି ପାଇଁ ଏହି ଶସ୍ତା ପ୍ଲାନର ଲାଭ ଉଠାଇପାରିବେ ।

    ୪୮୯ ଟଙ୍କାର ପ୍ଲାନ୍ :Airtel ର ପୋର୍ଟଫୋଲିଓରେ ଏକ ‘ଭ୍ୟାଲ୍ୟୁ ଫର ମନି’ ପ୍ଲାନ୍ ମଧ୍ୟ ଅଛି, ଯେଉଁଥିରେ ୟୁର୍ଜସଙ୍କୁ ୭୭ ଦିନର ଭ୍ୟାଲିଡିଟି ମିଳିଥାଏ । ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ୍ କମ୍ପାନୀର ଏହି ପ୍ଲାନରେ ୟୁଜର୍ସଙ୍କୁ ସାରା ଭାରତରେ କଲ୍ କରିବା ପାଇଁ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସନାଲ୍ ରୋମିଙ୍ଗର ଲାଭ ମିଳିଥାଏ । ଏହି ପ୍ଲାନରେ ମିଳୁଥିବା ବେନିଫିଟ୍ସ ବିଷୟରେ କହିଲେ, ଏଥିରେ ୟୁଜର୍ସଙ୍କୁ ମୋଟ୍ ୬ GB ଡାଟାର ଲାଭ ମିଳିଥାଏ । ଏଥି ସହ ପ୍ଲାନରେ ୟୁଜର୍ସଙ୍କୁ ୯୦୦ ଫ୍ରି SMS ମଧ୍ୟ ଦିଆଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ