Sunday, October 4, 2026
28.6 C
Odisha

    ଅନନ୍ତଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିବା ଆରଧ୍ୟା ଓ ଐଶ୍ବର୍ଯ୍ୟା ଚର୍ଚ୍ଚାରେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପରର କାର୍ଯ୍ୟକ୍ରମ ଚାଲୁ ରହିଛି। ଜୁଲାଇ ୧୨ରେ ବିବାହ ଶେଷ ହେବାପରେ ଜୁଲାଇ ୧୩ ତାରିଖରେ ଶୁଭ ଆଶୀର୍ବାଦର ଏକ କାର୍ଯ୍ୟକ୍ରମ ରଖାଯାଇଥିଲା। ଏଥିରେ ଖେଳ, ବ୍ୟବସାୟ, ରାଜନୀତି ଓ ବଲିଉଡର କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସମସ୍ତେ ଅନନ୍ତଙ୍କ ବିବାହକୁ ବେଶ ଖୁସିରେ ଉପଭୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଐଶ୍ବର୍ଯ୍ୟା ରାଏ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବି ସାମିଲ ହୋଇଥିଲେ। ଏହି ସମୟରେ ମା’ ଓ ଝିଅଙ୍କ ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଐଶ୍ବର୍ଯ୍ୟାଙ୍କ ସମର୍ଥକମାନେ ‌ବେଶ ପସନ୍ଦ ବି କରୁଛନ୍ତି।

    ଏଥିରେ ଦେଖିବାକୁ ମିଳୁଛି, ରାଧିକା ଏକ ନୂଆଶୈଳୀରେ କେଶ କାଟିଛନ୍ତି। ସେ ମା’ଙ୍କ ସହିତ ଯେତେବେଳେ ଫଟୋ ଉଠାଇବାକୁ ଛିଡ଼ା ହେଉଛନ୍ତି ପବନ ହେତୁ ତାଙ୍କ କେଶ ଉଡ଼ିଯାଉଛି। ଯେଉଁଥିପାଇଁ ତାଙ୍କୁ ଫଟୋ ପାଇଁ ପୋଜ ଦେବାରେ ଅସୁବିଧା ଉପୁଜୁଥିଲା।

    ଏହା ଦେଖି ସଙ୍ଗେସଙ୍ଗେ ମା’ ଐଶ୍ବର୍ଯ୍ୟା ଆରଧ୍ୟାଙ୍କ କେଶକୁ ସଜାଡ଼ି ଦେଉଛନ୍ତି। ତା’ପରେ ଆରଧ୍ୟାଙ୍କୁ ଫଟୋ ଉଠାଇବାରେ ସହଜ ହୋଇଥିଲା। ଲୋକଙ୍କ ଗହଳି ଭିତରେ ମା’ ଓ ଝିଅଙ୍କ ଏଭଳି ଭଲ ପାଇବା ଦେଖି  ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଖୁସି  ହୋଇଯାଇଛନ୍ତି।। ଐଶ୍ବର୍ଯ୍ୟା ଜଣେ ଭଲ ମା’ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ