Friday, September 18, 2026
25 C
Odisha

    ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ: ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଅଯୋଧ୍ୟାରେ ପ୍ରଭୁ ରାମଲାଲା ବିଜାରିତ ହୋଇଛନ୍ତି । ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଛି। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି।
    ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାମ ଆସିଗଲେ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣ ରାମ-ରାମରୁ ଆରମ୍ଭ ହୋଇ ଜୟ ଶ୍ରୀରାମରେ ଶେଷ ହୋଇଥିଲା । ରାମ ଆଉ ଟେଣ୍ଟ ଘରେ ନୁହେଁ, ଭବ୍ୟ ମନ୍ଦିରରେ ରହିବେ। ସମୟର କାଳଚକ୍ରରେ ଆଜିର ଦିନ କାଳକାଳ ପାଇଁ ସାକ୍ଷୀ ହୋଇ ରହିବ। ହଜାର ବର୍ଷ ପରେ ବି ଲୋକେ ଆଜିର ତାରିଖକୁ ଚର୍ଚ୍ଚା କରିବେ। ଆମେ ଅତ୍ୟନ୍ତ ଭାଗ୍ୟବାନ, ଏହି ମୁହୂର୍ତ୍ତକୁ ଦେଖୁଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ଯେଉଁମାନେ ମୁଖ୍ୟ ପୁରୋଧା ସାଜିଥିଲେ ସେମାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ। ଯାହାଙ୍କ କାର୍ଯ୍ୟ ଓ ସମର୍ପଣ ପାଇଁ ଆମେ ଏ ଦିନ ଦେଖିଲୁ, ସେମାନେ ମନେରହିବେ ବୋଲି ମୋଦୀ କହିଛନ୍ତି। ଏ ମୁହୂର୍ତ୍ତ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ୱତା ବୋଧର ସମୟ, ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

    ଆଜିର ଏ କ୍ଷଣ କହୁଛି ଆମ ଭବିଷ୍ୟତ, ଇତିହାସଠାରୁ ଆହୁରି ଉଜ୍ଜ୍ୱଳ ହେବ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯେଉଁମାନେ କହୁଥିଲେ ରାମ ମନ୍ଦିର ପ୍ରତିଷ୍ଠା ହେଲେ ନିଆଁ ଜଳିବ, ଆଜି ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଛି। ରାମ ନିଆଁ ନୁହେଁ ରାମ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସକ୍ଷମ ଭାରତ ଉଦୟର ସାକ୍ଷୀ ବନିବ ରାମ ମନ୍ଦିର। ଭାରତ ଏବେ ଆଗକୁ ଆଗକୁ ବଢ଼ି ଚାଲିବ। ଆମେ ଆଉ ଅଟକିବୁନି, ବିକାଶର ଆଗକୁ ଆଗକୁ ମାଡ଼ି ଚାଲିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ