Tuesday, October 13, 2026
24.9 C
Odisha

    ଜନସେବା କେନ୍ଦ୍ରକୁ ମୋହରା କରି ଗ୍ରାମାଞ୍ଚଳ ଲୋକଙ୍କୁ ଠକୁଛନ୍ତି ସାଇବର୍‌‌ ଠକ, ଫସୁଛନ୍ତି ଜନସେବା କେନ୍ଦ୍ର ମାଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୁଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। ପୁଲିସ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ସାଇବର୍‌‌ ଠକ ନୂଆ ନୂଆ କୌଶଳରେ ଠକେଇ କରୁଛନ୍ତି। ଏବେ ସାଇବର୍‌‌ ଠକ ତାଙ୍କ ଠକେଇ ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି। ଲୋକଙ୍କ ଠାରୁ ଠକେଇ କରି ଟଙ୍କା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ଆଣୁଛନ୍ତି। ସେଠାରୁ ପରେ ସାଇବର୍‌‌ ଠକ କେନ୍ଦ୍ରର ପିଲାଙ୍କ ଠାରୁ ଟଙ୍କା ଉଠାଇ ନେଇଯାଉଛନ୍ତି। ସାଇବର୍‌‌ ଠକ ଟଙ୍କା ନେଇ ପାର ହୋଇଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ି ଜନସେବା କେନ୍ଦ୍ରର ମାଲିକ୍‌‌ ଫସୁଛନ୍ତି। ପୁଲିସ ଜନସେବା କେନ୍ଦ୍ରର ଆକାଉଣ୍ଟ ଅଚଳ କରି ଦେଉଛନ୍ତି। ଆକାଉଣ୍ଟ କାରବାର ବନ୍ଦ ହୋଇଯାଇଥିବାରୁ ମାଲିକ ଆଉ ବ୍ୟବସାୟ କରିପାରୁ ନାହାନ୍ତି।
    ପୁଲିସକୁ ନିକଟକୁ ଗଲେ ପୁଲିସ ତାଙ୍କୁ ଅଭିଯୁକ୍ତ ଧରାଇ ଦେବାକୁ କହୁଛନ୍ତି। ଅପରାଧୀ ଧରା ନ ହେବା ପର୍ଯ୍ୟନ୍ତ ଜନସେବା କେନ୍ଦ୍ରର ଆକାଉଣ୍ଟ ଅଚଳ ହୋଇ ରହୁଛି। ଏଭଳି ଘଟଣା ସାଇବର ଥାନାକୁ ଅନେକ ମାମଲା ଆସୁଛି। ବିଶେଷକରି ଜନସେବା କେନ୍ଦ୍ର ଏବଂ ଗ୍ରମାଞ୍ଚଳରେ ଥିବା ଛୋଟବଡ଼ ଦୋକାନ, ମଦ ଦୋକାନ ଏବଂ ପେଟ୍ରୋଲ ପମ୍ପଙ୍କ ଆକାଉଣ୍ଟକୁ ସାଇବର୍‌‌ ଠକ ଟଙ୍କା ଆଣୁଛନ୍ତି। ପରେ ସେମାନେ ଏହି ଦୋକାନୀଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ପଠାଇ ଦେଉଛନ୍ତି। ସାଇବର୍‌‌ ଠକ ବିଭିନ୍ନ ବାହାନା କରି ଠକେଇ ଟଙ୍କା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ଆଣୁଛନ୍ତି। ସାଙ୍ଗ ଟଙ୍କା ପଠାଉଛି, ଭଉଣୀ ପଠାଉଛନ୍ତି ଆଦି ବିଭିନ୍ନ ବାହାନା କରି ଟଙ୍କା ଆଣିଥାନ୍ତି। କିନ୍ତୁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଲୋଭ ଦେଖାଇ ଟଙ୍କା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ପଠାଇବାକୁ କହୁଛନ୍ତି।
    ଏକାଧିକ ଜନସେବା କେନ୍ଦ୍ରକୁ ସାଇବର୍‌‌ ଠକ ମୋହରା କରି ଠକେଇ କରିଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ବିଶେଷ କରି ସାଇବର ଠକ ଓଏଲ୍‌‌ଏକ୍ସ’ରେ ଘରଭଡ଼ା ଦେବା ଏବଂ ଗାଡ଼ି ବିକ୍ରି କରିବା ବିଜ୍ଞାପନ ଦେଉଛନ୍ତି। ଏହାକୁ ଦେଖି ଲୋକେ ଫୋନ୍‌‌ କଲେ ଠକ କଥା ହୋଇ ଘର ଦେବାକୁ କହି ଅଗ୍ରୀମ ଟଙ୍କା ପଠାଇବାକୁ କହୁଛନ୍ତି। ଘର ଭଡ଼ା ପାଇଁ ଲୋକ ବାଧ୍ୟ ହୋଇ ଅଗ୍ରୀମ ଟଙ୍କାକୁ ପଠାଇବାକୁ ରାଜି ହେଉଛନ୍ତି। ଠକ ଦେଇଥିବା ଜନସେବା କେନ୍ଦ୍ରର ଆକାଉଣ୍ଟକୁ ଶିକାର ହୋଇଥିବା ବ୍ୟକ୍ତି ପଠାଉଛନ୍ତି। ସେମାନଙ୍କୁ ଘର ଭଡ଼ା ନ ମିଳିବାରୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଟଙ୍କା ପଠାଇଥିବା ଜନସେବା କେନ୍ଦ୍ର ନାମରେ ଅଭିଯୋଗ କରିବାକୁ ପରେ ଟଙ୍କା ଯାଇଥିବା ପୁଲିସ ପ୍ରମାଣ ପାଇବା ପରେ ଆକାଉଣ୍ଟ ଅଚଳ କରିଦେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ