Wednesday, September 9, 2026
24.2 C
Odisha

    ଆଶ୍ରମରେ ଯୁବତୀଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ ଅଭିଯୋଗ: ବାବା ଗିରଫ

    ଆଗକୁ ପଢନ୍ତୁ

    ସମ୍ୱଲପୁର:  ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବତୀକୁ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ବାବାଙ୍କୁ ଗିରଫ କରିଛି।‌ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଚିକିତ୍ସା ପାଇଁ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ପାଖକୁ ଯାଇଥିଲେ। ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ସେ କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ।

    ମାସେ ପରେ ପୁଣିଥରେ ଆସି ଔଷଧ ନେବାକୁ ବାବା କହିଥିଲେ।  ଯୁବତୀଙ୍କ ଘର ଦୂରରେ ଥିବାରୁ ସେ ଆସି ପାରି ନ ଥିଲେ। ପରେ ଯୁବତୀ ଜଣକ  ଔଷଧ ନେବାକୁ ବାବାଙ୍କ ଆଶ୍ରମରେ‌ ପହଞ୍ଚିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁ  ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ। ଖବରପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ  । ଯୁବତୀଙ୍କ ପରିବାର ଲୋକେ ରେଢ଼ାଖୋଲ ଥାନାରେ ବାବାଙ୍କ ବିରୋଧରେ ଅଭିଯୋଗ  କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ବାବା ପ୍ରଫୁଲ୍ଲ ମହଲାଙ୍କୁ ଆଶ୍ରମରୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    90 %
    1.6kmh
    92 %
    Wed
    31 °
    Thu
    28 °
    Fri
    27 °
    Sat
    29 °
    Sun
    29 °

    ସମ୍ବନ୍ଧିତ