Sunday, October 18, 2026
29 C
Odisha

    ପ୍ରେମିକାର ବ୍ୟକ୍ତିଗତ ଭିଡିଓ ରଖି କୋଟି କୋଟି ଟଙ୍କା ଲୁଟୁଥିଲା ପ୍ରେମିକ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ: ନିଜ ପ୍ରେମିକ ଉପରେ ବିଶ୍ୱାସ କରିବା ଜଣେ ପ୍ରେମିକାଙ୍କୁ ମହଙ୍ଗା ପଡ଼ିଛି। ପ୍ରେମିକଙ୍କୁ ବିଶ୍ବାସ କରି ନିଜ ବ୍ୟକ୍ତିଗତ ମୁହୁର୍ତ୍ତର ଭିଡିଓ କରି ବ୍ଲାକ୍‌ମେଲ୍‌ର ଶିକାର ହେବା ପରେ କୋଟି କୋଟି ଟଙ୍କା ଦେବାକୁ ବାଧ୍ୟ ହୋଇଛନ୍ତି ୨୦ ବର୍ଷୀୟା ଯୁବତୀ ଜଣକ।

    ଘଟଣାଟି ହେଉଛି ବେଙ୍ଗାଲୁରୁର। ପ୍ରେମିକାଙ୍କ ସହିତ ଅନ୍ତରଙ୍ଗ ହେବାର ଭିଡିଓକୁ ବ୍ୟବହାର କରି ଅଭିଯୁକ୍ତ ପ୍ରେମିକ ଜଣକ ପ୍ରେମିକାଙ୍କଠାରୁ ଅଳଙ୍କାର, ଦାମୀ ଘଣ୍ଟା ଏବଂ ଏପରିକି ବିଳାସମୟ କାର ଆଦି ହାତେଇଥିବା ଅଭିଯୋଗ ହୋଇଛି। ଏପରି ଦୀର୍ଘ ମାସ ଚାଲିବା ପରେ ଶେଷରେ ପ୍ରେମିକ ଜଣକ ପୁଲିସ୍‌ ହାତରେ ଧରାପଡ଼ିଛି। ଏହି ଘଟଣା ସଂପର୍କରେ ପୁଲିସ୍‌ ଅଧିକାରୀ ଜଣକ କହିଛନ୍ତି ଯେ ଯୁବତୀ ଜଣକ ବୋର୍ଡିଂ ସ୍କୁଲରେ ପଢୁଥିବା ବେଳରୁ ଯୁବକ ମୋହନ କୁମାରଙ୍କୁ ଚିହ୍ନିଥିଲେ। ସେମାନେ ସେହି ସମୟ‌ରେ ଭଲ ବନ୍ଧୁ ଥିଲେ। ମାତ୍ର କିିଛି ବର୍ଷ ପର୍ଯ୍ୟନ୍ତ ପରସ୍ପରଙ୍କ ସହ ଯୋଗାଯୋଗରେ ନଥିଲେ। ଅନେକ ବର୍ଷ ପରେ ସେମାନେ ପୁନର୍ବାର ସାକ୍ଷାତ ହୋଇ ପରସ୍ପରଙ୍କ ପ୍ରେମରେ ପଡ଼ିଗଲେ।

    କୁମାର ମହିଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କୁ ବିବାହ କରିବେ। ମହିଳା ଜଣକ ତାଙ୍କ କଥାକୁ ବିଶ୍ବାସ କରି ଏକ ସ୍ଥାନକୁ ଯାତ୍ରା କରିବାକୁ ଯାଇଥିଲେ। ସେଠାରେ ସେମାନେ ଶାରୀରିକ ସଂପର୍କ ସ୍ଥାପନ କରିବା ବେଳେ ଯୁବକ ତାହାକୁ ଭିଡିଓ କରିଥିଲେ। ସେହି ଭିଡିଓ ସେ କେବଳ ନିଜ ଖୁସି ପାଇଁ କରୁଛନ୍ତି ବୋଲି ଯୁବତୀଙ୍କୁ କହିଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାହାକୁ ବ୍ୟବହାର କରି ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ।

    ଯଦି ତାଙ୍କୁ ବିପୁଳ ପରିମାଣର ଟଙ୍କା ନ ଦିଆଯାଏ ତେବେ ସେ ଭିଡିଓ‌ ସୋସିଆଲ୍‌ ମିଡିଆରେ ଅପଲୋଡ୍ କରିବେ ବୋଲି ଧମକ ଦେଇଥିଲେ। ଭୟଭୀତ ଯୁବତୀ ଜଣକ ତାଙ୍କ ଜେଜେମା’ଙ୍କ ଆକାଉଣ୍ଟରୁ ୧.୨୫ କୋଟି ଟଙ୍କା ଉଠାଇ ଯୁବକଙ୍କୁ ଦେଇଥିଲେ। ସେ ତାଙ୍କୁ ବିଭିନ୍ନ ଥରରେ ପ୍ରାୟ ୧.୩୩ କୋଟି ଟଙ୍କା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    61 %
    1.9kmh
    46 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ