Saturday, April 11, 2026
33.7 C
Odisha

    ମୋ ଚରିତ୍ର ହନନ କରାଯାଉଛି : ଅଲ୍ଲୁ ଅର୍ଜୁନ

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ତେଲଗୁ ଚଳଚ୍ଚିତ୍ର ପୁଷ୍ପା-୨କୁ ନେଇ ବିବାଦ ଜାରି ରହିଛି । ଏହି ମାମଲା ଏବେ ତେଲେଙ୍ଗାନା ବିଧାନସଭାରେ ଉଠିଛି । ବିଧାନସଭା ଭିତରେ ଅଲ୍ଲୁ ଅର୍ଜୁନଙ୍କୁ ଟାର୍ଗେଟ୍ କରିଥିଲେ ଏଆଇଏମଆଇଏମ୍ ବିଧାୟକ ଆକବରୁଦ୍ଦିନ ଓୱେସି। ସେ କହିଥିଲେ ଯେ ମହିଳା ମୃତ୍ୟୁବରଣ କରିଥିବା ଜାଣିବାପରେ ଅଲ୍ଲୁ କହିଥିଲେ ଯେ ଏଥର ଫିଲ୍ମ ହିଟ୍ ହେବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ କହିଛନ୍ତି ଯେ ହିରୋ ଅବହେଳା କରିଥିଲେ, ଯେଉଁ କାରଣରୁ ସେ ମୃତ୍ୟୁ ବିଷୟରେ ଜାଣିବା ସତ୍ତ୍ୱେ ଥିଏଟର ବାହାରକୁ ଯାଉନଥିଲେ। ପୁଷ୍ପା ଅଭିନେତା ଅଲ୍ଲୁ ଅର୍ଜୁନ ଏବେ ଏହି ମାମଲାରେ ନୀରବତା ଭାଙ୍ଗିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତାହା ଏକ ଦୁର୍ଘଟଣା ଥିଲା। ମୁଁ ଉକ୍ତ ପରିବାର ପ୍ରତି ସମବେଦନା ଜଣାଉଛି। ମୁଁ କାହାକୁ ଦୋଷ ଦେବାକୁ ଚାହୁଁନାହିଁ। ମୋର ଚରିତ୍ର ହନନ କରାଯାଉଛି। ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଉଛି। ଯାହା ଘଟିଛି ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। କୌଣସି ରୋଡ୍ ସୋ ହୋଇନାହିଁ, ଏହାକୁ ନେଇ ମିଥ୍ୟା ପ୍ରଚାର କରାଯାଉଛି।

    ଗତ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ‘ପୁଷ୍ପା-୨’ର ପ୍ରିମିୟର୍ ଚାଲିଥିବା ବେଳେ ଦଙ୍ଗାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ୮ ବର୍ଷର ପୁଅ ଶ୍ରୀ ତେଜ ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ