Sunday, September 13, 2026
27.6 C
Odisha

    ବିଜୟର ଶ୍ରେୟ ନେଉଥିଲେ, ଏବେ ପରାଜୟର ବି ଦାୟିତ୍ବ ନିଅନ୍ତୁ ନବୀନ ପଟ୍ଟନାୟକ: ଅମର ଶତପଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ପୁଣି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଏଥର ସିଧାସଳଖ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ଅମର ପ୍ରସାଦ ଶତପଥୀ କହିଛନ୍ତି, ଯେତେବେଳେ ନବୀନ ପଟ୍ଟନାୟକ ବିଜୟର ଶ୍ରେୟ ନେଉଥିଲେ। ଏବେ ପରାଜୟର ବି ଦାୟିତ୍ବ ନିଅନ୍ତୁ। ସେ ଆହୁରି କହିଛନ୍ତି, ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ। ନବୀନ ଜବାବ ଦେବା ଦରକାର, ଆଜିର ଏସ୍ଥିତି କାହିଁକି?ସୂଚନାଯୋଗ୍ୟ, ଯାଜପୁରରେ ଦଳ ପକ୍ଷରୁ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ସେ ଅନୁପସ୍ଥିତ ଥିଲେ। ଏନେଇ ତାଙ୍କୁ ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିଲା। ସେ କହିଥିଲେ ମୁଁ କିଛିଦିନ ହେବ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛି।

    ଦଳର ଯେଉଁମାନେ କର୍ମକର୍ତ୍ତା ସେମାନେ ଏ ବିଷୟରେ କହିପାରିବେ ବୋଲି ଅମର କହିଛନ୍ତି।  ଅମରଙ୍କ ଏଭଳି ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି ଯେ, ବିଜେଡିରେ ସବୁକିଛି ଠିକ୍ ଚାଲିନାହିଁ। ଦଳରେ ଗୋଷ୍ଠୀ ବିବାଦ ରହିଛି ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ