Sunday, October 4, 2026
24.3 C
Odisha

    ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ପଠାଯିବ: ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟରେ ଟଙ୍କା ପଠାଯିବ। ଠିକଣା ସମୟରେ ଏନେଇ ତାରିଖ ଘୋଷଣା କରାଯିବ। ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି।  ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ।

    ସେ ଆହୁରି କହିଛନ୍ତି, ଆବେଦନରେ କିଛି ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଫୋନ୍ ଯିବ। ଯୋଗ୍ୟ ହିତାଧିକାରୀ ଥିବେ କିନ୍ତୁ ଟଙ୍କା ପାଇନଥିବେ ତାଙ୍କୁ କଲ୍ କରାଯିବ। ବ୍ଲକସ୍ତରରେ ଯାଞ୍ଚ ହେବ, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ