Friday, September 12, 2025
24 C
Odisha

    କାଳ ସାଜିଲା ବର୍ଷା ଓ ଭୂସ୍ଖଳନ: ସ୍ଥଗିତ ରହିଲା ଅମରନାଥ ଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସ୍ଥଗିତ ରହିଲା ଅମରନାଥ ଯାତ୍ରା । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପାଇଁ ଅଟକିଲା ଅମରନାଥ ଯାତ୍ରା । ଭୂସ୍ଖଳନ ପରେ ରାସ୍ତାରେ ମାଟି ଓ ପାହାଡ ଧସିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ପାଣିପାଗ ଭଲ ନଥିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅଗଷ୍ଟ ୩ ତାରିଖ ଅର୍ଥାତ ଆସନ୍ତାକାଲି ଯାଏଁ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଠାରୁ ଏହି ଯାତ୍ରାରେ ରୋକ ଲଗାଇଯାଇଛି ।
    ତେବେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରା ବେଳେ ଅଘଟଣ ଆଶଙ୍କା କରି ଯାତ୍ରାକୁ କିଛି ଦିନ ସ୍ଥଗିତ ରଖାଯାଇଛି । କାଶ୍ମୀରର ଗନ୍ଦରବଲ ଜିଲ୍ଲାର ବାଲତାଲ ରୁଟରେ କୌଣସି ଯାତ୍ରା ହେଉ ନାହିଁ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅମରନାଥ ଯାତ୍ରାକୁ କାଲି ଯାଏଁ ସ୍ଥଗିତ ରଖାଯାଇଛି । ଅମରନାଥ ଗମ୍ଫାକୁ ଯାଉଥିବା ଉଭୟ ରୁଟ- ପହଲଗାମ ଓ ବାଲତାଲ ରୁଟ ଦେଇ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏବେ ରାସ୍ତାଗୁଡ଼ିକୁ ସଫା କରାଯାଉଛି । ରାସ୍ତା ସଫା ହେବା ପରେ ପୁଣି ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି ।

    ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ରେ ରାକ୍ଷୀ ପୂର୍ଣ୍ଣିମା ଦିନ ଏହି ଯାତ୍ରା ଶେଷ ହେବ । ତେବେ ବର୍ଷା ଓ ଭୂସ୍ଖଳନ ପାଇଁ ଜୁଲାଇ ୧୭ରେ ଯାତ୍ରା ବନ୍ଦ ରହିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    96 %
    0.8kmh
    99 %
    Fri
    31 °
    Sat
    30 °
    Sun
    32 °
    Mon
    30 °
    Tue
    24 °

    ସମ୍ବନ୍ଧିତ