Tuesday, October 22, 2024
29.1 C
Odisha

    ଆମେରିକାକୁ ପରିଣାମ ଭୋଗିବାକୁ କାହିଁକି ଚେତାବନୀ ଦେଲା ଋଷ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସେଭାଷ୍ଟୋପୋଲରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଋଷ୍ ଆମେରିକାକୁ ଦାୟୀ କରିଛି । ଏହାର ପରିଣାମ ନେଇ ଆମେରିକାକୁ ଚେତାବନୀ ଦେଇଛି ଋଷ୍ । କ୍ରିମିଆ ଉପରକୁ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ରେ ୨ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍ ଆମେରିକାଠାରୁ ଏହି କ୍ଷେପଣାସ୍ତ୍ର ପାଇଥିଲା ଏବଂ ଏହାକୁ ଆମେରିକା ନିଜେ ପ୍ରୋଗ୍ରାମ୍ କରିଥିଲା । ସେପଟେ ରାଷ୍ଟ୍ରପତି ଭବନର ମୁଖପାତ୍ର ଏହି ଆକ୍ରମଣକୁ ଅସଭ୍ୟ ବୋଲି କହିବା ସହ ରୁଷୀୟ ପିଲାଙ୍କୁ ହତ୍ୟା କରିବା ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ନିକଟରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକୁ ଟାର୍ଗେଟ୍ କରିବା କଥା କହିଥିଲେ । ନିକଟରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଋଷସୀମା ଭିତରେ ନିଜର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଗତ ଅଢ଼େଇ ବର୍ଷ ହେବ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ