Saturday, June 27, 2026
34.7 C
Odisha

    ଆମେରିକାକୁ ପରିଣାମ ଭୋଗିବାକୁ କାହିଁକି ଚେତାବନୀ ଦେଲା ଋଷ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସେଭାଷ୍ଟୋପୋଲରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଋଷ୍ ଆମେରିକାକୁ ଦାୟୀ କରିଛି । ଏହାର ପରିଣାମ ନେଇ ଆମେରିକାକୁ ଚେତାବନୀ ଦେଇଛି ଋଷ୍ । କ୍ରିମିଆ ଉପରକୁ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ରେ ୨ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୧୫୦ ଜଣ ଆହତ ହୋଇଛନ୍ତି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍ ଆମେରିକାଠାରୁ ଏହି କ୍ଷେପଣାସ୍ତ୍ର ପାଇଥିଲା ଏବଂ ଏହାକୁ ଆମେରିକା ନିଜେ ପ୍ରୋଗ୍ରାମ୍ କରିଥିଲା । ସେପଟେ ରାଷ୍ଟ୍ରପତି ଭବନର ମୁଖପାତ୍ର ଏହି ଆକ୍ରମଣକୁ ଅସଭ୍ୟ ବୋଲି କହିବା ସହ ରୁଷୀୟ ପିଲାଙ୍କୁ ହତ୍ୟା କରିବା ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ନିକଟରେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶଗୁଡ଼ିକୁ ଟାର୍ଗେଟ୍ କରିବା କଥା କହିଥିଲେ । ନିକଟରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଋଷସୀମା ଭିତରେ ନିଜର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ଗତ ଅଢ଼େଇ ବର୍ଷ ହେବ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.7 ° C
    34.7 °
    34.7 °
    45 %
    2kmh
    63 %
    Sat
    34 °
    Sun
    38 °
    Mon
    35 °
    Tue
    35 °
    Wed
    31 °

    ସମ୍ବନ୍ଧିତ