Saturday, June 27, 2026
30 C
Odisha

    ଗଛରେ ପିଟି ହୋଇ ୫୦ ଫୁଟ ଉପରକୁ ଉଠିଗଲା କାର

    ଆଗକୁ ପଢନ୍ତୁ

    ମାଲକାନଗିରି ମାଥିଲ ବ୍ଲକ ସିଙ୍ଗଲାବେଛା ଛକ ନିକଟରେ ମର୍ମନ୍ତଦ ସଡ଼କ ଦୁର୍ଘଟଣା । ଗଛ ଖୁଣ୍ଟକୁ ପିଟିଲା କାର । ମାଲକାନଗିରିରୁ ଜୟପୁର ଅଭିମୁଖେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ଗଛ ଖୁଂଟକୁ ପିଟି ୫୦ ଫୁଟ ଉପରକୁ ଉଠିଯାଇଥିଲା । ମୁଖ୍ୟରାସ୍ତକୁ ସଂଯୋଗ କରୁଥିବା ଏହି ଛକରେ ସକାଳୁ ସକାଳୁ ଏଭଳି ଦୁର୍ଘଟଣା ଘଟିଛି । କାରଟି ଦ୍ରୁତ ଗତିରେ ଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ତେବେ ଡ୍ରାଇଭର ଜଣଙ୍କ ଗାଡ଼ିରୁ ଛିଟିକି ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ମାଥିଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    68 %
    2kmh
    90 %
    Sat
    29 °
    Sun
    38 °
    Mon
    37 °
    Tue
    34 °
    Wed
    32 °

    ସମ୍ବନ୍ଧିତ